Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଡ଼ିଭାଇଡର ଉପରେ ଚଢିଲା ସିମେଂଟ ବୋଝେଇ ଟ୍ରକ୍

Hindusthan Samachar 3 months ago

ସୁବର୍ଣ୍ଣପୁର, ୪ ଜୁଲାଇ (ହି.ସ.)- ଡ଼ିଭାଇଡର ଉପରେ ଚଢିଲା ସିମେଂଟ ବୋଝେଇ ଟ୍ରକ୍ । ତେବେ ଦୁର୍ଘଟଣାରୁ ଅଳ୍ପକେ ବର୍ତିଯାଇଛନ୍ତି ଟ୍ରକ୍ ଚାଳକ । ଆଜି ଭୋର୍ ସମୟରେ ସୋନପୁର-ବିନିକା-ରାମପୁର-ଡୁଙ୍ଗୁରିପାଲି ଜାତୀୟ ରାଜପଥ ନଂ ୧୨୬ ବିନିକା ଥାନା ଅନ୍ତର୍ଗତ ଡଭଲା ଛକରେ ଏହି ଦୁର୍ଘଟଣା ଘଟିଛି । ସିମେଂଟ ବୋଝେଇ ଟ୍ରକ୍ ଟି ଡିଭାଇଡର ଉପରକୁ ଚଢି ଦୁର୍ଘଟଣାଗ୍ରସ୍ତ ହୋଇଛି ।

ପ୍ରକାଶ ଥାଉକି, ଗତ ୧୫ ଦିନ ମଧ୍ୟରେ ଏହି ସ୍ଥାନରେ ୫ରୁ ଅଧିକ ଦୁର୍ଘଟଣା ଘଟିଲାଣି । ବିଶେଷ ରାସ୍ତାରେ ଆଲୋକୀକରଣ ବ୍ୟବସ୍ଥା ନଥିବାରୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବା ସାଧାରଣରେ ଅଭିଯୋଗ ହେଉଛି । ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya