Monday, 21 Sep, 9.43 am Hindusthan Samachar

ମୁଖ୍ୟ ସମ୍ବାଦ
ଦିଲ୍ଲୀରେ ଗତ ୨୪ ଘଂଟାରେ ୩୮୧୨ କରୋନାର ନୂଆ ମାମଲା, ୩୭ ମୃତ୍ୟୁ

ଦିଲ୍ଲୀ, ୨୧ ସେପ୍ଟେମ୍ବର (ହି.ସ.) । ଦିଲ୍ଲୀରେ ଗତ ୨୪ ଘଂଟାରେ ୩୮୧୨ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୩୭ ଜଣଙ୍କର ମୃତ୍ୟୁ ଘଟିଛି । ଦିଲ୍ଲୀ ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।

ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨,୪୬,୭୧୧ହୋଇ ଯାଇଛି । ବର୍ତମାନ ସୁଦ୍ଧା ୪୯୮୨ଜଣଙ୍କର ମୃତ୍ୟୁ ଘଟିଛି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Hindusthan Samachar Odiya
Top