Dailyhunt

ଦିଲ୍ଲୀରୁ ଫେରିଲେ କଂଗ୍ରେସ ବିଧାୟକ

ଭୁବନେଶ୍ୱର, ୦୪ ଏପ୍ରିଲ (ହି.ସ.)- କଂଗ୍ରେସ ବିଧାୟକ ଦଳ ନେତା ପରିବର୍ତନ ଚର୍ଚ୍ଚା ଭିତରେ ଦିଲ୍ଲୀରୁ ଫେରିଛନ୍ତି କଂଗ୍ରେସ ବିଧାୟକ । କଂଗ୍ରେସ ବିଧାୟକ କହିଛନ୍ତି ଯେ ଆମକୁ ବିଶେଷ ସୂତ୍ରରୁ ଦିଲ୍ଲୀ ପାଇଁ ଡାକରା ଆସିଥିଲା। ଦିଲ୍ଲୀ ଯାଇଥିଲୁ ଆଉ ଦଳର ମୁଖିଆଙ୍କୁ ଭେଟିଲୁ। ଦିଲ୍ଲୀରୁ ଫେରି କଂଗ୍ରେସ ବିଧାୟକଙ୍କ ଗୋଟିଏ ସ୍ୱର ଯୋ ଦିଲ୍ଲିକା ଲଡୁ ଖାୟା ପସତାୟା ଯୋ ନେହି ଖାୟା ୱୋ ପସତାୟା।

ସେଠି ସଂଗଠନ ନେଇ ଆଲୋଚନା ହେଲା , ରଣନୀତି ନେଇ ଆଲୋଚନା ହେଲା। ରାଜ୍ୟସଭା ନିର୍ବାଚନ ବିଷୟରେ ମଧ୍ୟ ଆଲୋଚନା କରାଗଲା। ଘୋଡ଼ା ବେପାର ବିଷୟରେ ପଚାରା ଯାଇଥିଲା। ଆମେ ୧୧ ବିଧାୟକ ଏକାଠି ଅଛୁ। ଆମକୁ କଂଗ୍ରେସ ସହ ରହିବା ପାଇଁ କୁହାଗଲା। ବିଧାୟକ ଦଳ ନେତା ବଦଳିବା ପ୍ରସଙ୍ଗରେ ଆଲୋଚନା ହୋଇନାହିଁ। ପ୍ରାୟ ମାସେ ବିଧାନସଭା ଚାଲିଲା। ଟିକେ ବୁଲିବାକୁ ଗଲୁ । ରାଜ୍ୟରେ ଏକ ଗୁଜବ ହେଲା କି ବିଧାୟକ ଦଳ ନେତା ପରିବର୍ତନ ପାଇଁ ଯାଇଛୁ। ଆମ ଦଳ ବିଷୟରେ କଥା ହେଲୁ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya