Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଦୁଇ ଦିନିଆ ଗଞ୍ଜାମ ଗସ୍ତ ସାରି ଭୁବନେଶ୍ୱର ଅଭିମୁଖେ ରାଷ୍ଟ୍ରପତି

ଦୁଇ ଦିନିଆ ଗଞ୍ଜାମ ଗସ୍ତ ସାରି ଭୁବନେଶ୍ୱର ଅଭିମୁଖେ ରାଷ୍ଟ୍ରପତି

ଗଂଜାମ, 05 ଅଗଷ୍ଟ (ହି.ସ.) ଆଜି ପ୍ରତ୍ୟୁଷରୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ କାର ଯୋଗେ ଗୋଳା ଵନ୍ଧ ଆର୍ମିଏଡି କଲେଜରୁ ଗୋପାଳପୁର ସମୁଦ୍ର ବେଳାଭୂମିରେ ଥିବା ଧବଳେଶ୍ଵର (ମହାଦେବ) ମନ୍ଦିରକୁ ଯାଇ ମନ୍ଦିର ପରିକ୍ରମା ସହ ସେଠାରେ ତିରିଶି ମିନିଟ ଧରି ଧବଳେଶ୍ଵରଙ୍କ ପୂଜାର୍ଚ୍ଚନା କରିଥିଲେ। ଏହାପରେ ମନ୍ଦିରର ପୂଜକମାନଙ୍କ ସହ ମନ୍ଦିର ପରିଚାଳନା ସମ୍ପର୍କରେ ପଚାରି ବୁଝିଥିଲେ।

ପୁଣି ଥରେ ଧବଳେଶ୍ଵରଙ୍କ ଦର୍ଶନ କରିବାକୁ ଆସିବେ ସୂଚନା ଦେଇଥିଲେ। ଏହି ସମୟରେ ମହାମହିମ ରାଜ୍ୟପାଳ ହରିଵାଵୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମାନ୍ୟବର ମୋହନ ଚରଣ ମାଝି ଉପସ୍ଥିତ ଥିଲେ। ରାଷ୍ଟ୍ରପତି ସକାଳ ୧୦ଟା ବେଳେ ବ୍ରହ୍ମପୁର ରେଳ ଷ୍ଟେସନକୁ କାରରେ ଆସିଵାଵେଳେ ରାସ୍ତାର ଦୁଇପାର୍ଶରେ ଶହଶହ ଆଵାଳ ବୃଦ୍ଧ ଵନୀତା ଧାଡିଵାନ୍ଧି ଠିଆ ହୋଇ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ। ରାଷ୍ଟ୍ରପତି ଵ୍ରହ୍ମପୁର ରେଳଷ୍ଟେସନର ୪ନମ୍ବର ପ୍ଳାଟଫର୍ମରେ ପହଞ୍ଚିଥିଲେ। ସେଠାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଗଞ୍ଜାମ ଜିଲ୍ଲା ର ଜନସାଧାରଣ ପକ୍ଷରୁ ଉଛ୍ୱସିତ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହାପରେ ରାଷ୍ଟ୍ରପତି ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya