Dailyhunt
ଗାନ୍ଧିି ବିଚାରର ମଣିଷ ରବି ଜେନାଙ୍କ ୮୧ତମ ଜନ୍ମ ଜୟନ୍ତୀ

ଗାନ୍ଧିି ବିଚାରର ମଣିଷ ରବି ଜେନାଙ୍କ ୮୧ତମ ଜନ୍ମ ଜୟନ୍ତୀ

କେନ୍ଦ୍ରାପଡ଼ା, ୦୫ ମଇ(ହି.ସ.) - କନିକା ମାଟିର ମଣିଷ, ଚରମ ଗାନ୍ଧିବାଦୀ, ସର୍ବୋଦୟ ବିଚାରଧାରା ସନ୍ଥ ମଣିଷ ତରାସ ଗାଁର ସ୍ୱର୍ଗତ ରବିନାରାୟଣ ଜେନାଙ୍କ ଆଜି ୮୧ ତମ ଜନ୍ମଜୟନ୍ତୀ ପାଳିତ ହୋଇ ଆଜି ମରି ମରି ଯାଉଥିବା ମଣିଷ ପଣିଆକୁ ଜାଗ୍ରତ କରିବାକୁ ଆହ୍ୱାନ ଆସିଛି। ପ୍ରଚଣ୍ଡ ମାନବବାଦର ଏହି ବୈଚାରିକ ଚେତନାପୁଷ୍ଟ ମଣିଷର ତ୍ୟାଗକୁ ମନେ ପକାଇ ଆଜିର ସମାଜରେ ବସ୍ତୁବାଦ ପରିହାର କରିବାକୁ ଜନ୍ମଜୟନ୍ତୀରେ ମତପ୍ରକାଶ ପାଇଛି।

ରବି ଭାଇଙ୍କ ହାତଗଢ଼ା ଅନୁଷ୍ଠାନ ତରାସ ନୋଡାଲ ହାଇସ୍କୁଲ ପରିସରରେ ସାମାଜିକ କର୍ମୀ ଶଶିକାନ୍ତ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଜୟନ୍ତୀରେ ରବି ଭାଇଙ୍କ ତମାମ ଜୀବନଚର୍ଯ୍ୟାର ଅନୁଶୀଳନ କରି ବକ୍ତା ଭାବେ ଶିକ୍ଷକ ନେତା କାଳିପ୍ରସାଦ ନାୟକ, କୃତିବାସ ଜେନା, ଗୋପୀନାଥ ବିଶ୍ୱାଳ, ମୁରଲୀଧର ନାୟକ, ନୃସିଂହ ଚରଣ ବେହେରା, ସାମ୍ୱାଦିକ ସୁକାନ୍ତ ଦାଶ, ଶରତ କୁମାର ରାଉତ, ବିଭୁତି ଭୂଷଣ ନାୟକ, ଦିଲ୍ଲୀପ ରାଉତ, ଶିବ ପ୍ରସାଦ ମଲ୍ଲିକ, ଶଶୀଭୂଷଣ ଦାସ, ରାଜନାରାୟଣ ଜେନା ପ୍ରମୁଖ ମତ ଦେଇଥିଲେ। ରବି ଭାଇଙ୍କ ତ୍ୟାଗମୟ ଜୀବନକୁ ଅନୁଶୀଳନ କରିବା ଲକ୍ଷ୍ୟ ନେଇ ଚଳିତ ମାଟ୍ରିକ ପରୀକ୍ଷାରେ ବ୍ଲକର ସର୍ବାଧିକ ନମ୍ବର ରଖିଥିବା ଆର୍ଏନ୍ ହାଇସ୍କୁଲର ପ୍ରିୟାଂଶୁ ପଲାଇ, ଜୟନଗର ହାଇସ୍କୁଲର ପ୍ରଭୁଦତ ରାଉତ ଓ ବରାଡିଆ ହାଇସ୍କୁଲର ଶୁଚିସ୍ମିତା ଦାସଙ୍କ ସହ ତରାସ ହାଇସ୍କୁଲ ଟପ୍ପର ପ୍ରଜ୍ଞା ନାୟକ, ନବୋଦୟ ଟପ୍ପର ମନସ୍ୱିନୀ ନାୟକ, ରୟାଲ ପବ୍ଲିକ ସ୍କୁଲ ଟପ୍ପର ସମୃଦ୍ଧି ବାରିକ, ଚାନ୍ଦବାଲି ଭେଙ୍କଟେଶ୍ୱର ସ୍କୁଲ ଟପ୍ପର ସ୍ୱୟଂପ୍ରତ୍ୟୁଷଙ୍କୁ ଉପଢୌକନ, ମାନପତ୍ର ଓ ଗଛ ଚାରା ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ରବି ଭାଇଙ୍କ ସାମାଜିକ ବିଚାରବୋଧକୁ ଉଦଜୀବିତ କରିବା ପାଇଁ ରବି ଜେନା ବିଚାର ମଂଚ ନାମରେ ଏକ ସଂଗଠନ ରୂପରେଖ ନେଇ ବିବିଧ କାର୍ୟ୍ୟକ୍ରମ କରିବାକୁ ସ୍ଥିର କରାଯାଇଛି। ତରାସ ନେତାଜୀ କ୍ଳବର ସଭାପତି ବନଜ ବାରିକ, ଉପଦେଷ୍ଟା ଭରତ ବାରିକ, ଶୁଭ୍ରଜିତ ବିଶ୍ୱାଳ, ଦେବଜ୍ୟୋତି ଜେନା, ଝରଣା ବଳ, ସୁଶାନ୍ତ ନାୟକ, ସଞ୍ଜୟ ନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ଜନ୍ମଜୟନ୍ତୀରେ ତାଙ୍କ ବିଚାରଧାରାର ବହୁ ଅନୁଗାମୀ ଏଥିରେ ଯୋଗ ଦେଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya