
ଭୁବନେଶ୍ୱର, ୫ ଜୁଲାଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୯ଟି ସ୍ଥାନରେ ଭୀଷଣରୁ ଅତି ଭୀଷଣ ବର୍ଷା, ୪୭ଟି ସ୍ଥାନରେ ଅତି ଭୀଷଣ ବର୍ଷା ଏବଂ ୬୪ଟି ସ୍ଥାନରେ ଭୀଷଣ ବର୍ଷା ହୋଇଛି । କନ୍ଧମାଳ ଜିଲ୍ଲାର ଖଜୁରିପଡାରେ ସର୍ବାଧିକ ୨୭୬.୦ ମି.ମି. ବର୍ଷା ରେକର୍ଡ ହୋଇଛି ।
ସେହିପରି ବଲାଙ୍ଗିର ଜିଲ୍ଲାର ତୁରେଇକେଲାରେ ୨୬୪.୦ ମି.ମି., କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ୨୨୪.୪ ମି.ମି., ଫିରିଙ୍ଗିଆରେ ୨୨୩.୬ ମି.ମି., ଜି.
ଉଦୟଗିରିରେ ୨୨୦.୦ ମି.ମି., ଟିକାବାଲିରେ ୨୧୭.୦ ମି.ମି., ବାଲିଗୁଡାରେ ୨୧୦.୦ ମି.ମି., ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ରେ ୨୦୫.୪ ମି.ମି., କନ୍ଧମାଳ ଜିଲ୍ଲାର ଚକାପାଦରେ ୨୦୪.୬ ମି.ମି., କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲିରେ ୧୯୫.୦ ମି.ମି., ନୂଆପଡା ଜିଲ୍ଲାର କୋମନାରେ ୧୯୩.୦ ମି.ମି., କନ୍ଧମାଳ ଜିଲ୍ଲାର ରାଇକିଆରେ ୧୯୦.୬ ମି.ମି. ଏବଂ ନୟାଗଡ଼ ଜିଲ୍ଲାର ଭାପୁରରେ ୧୯୦.୩ ମି.ମି. ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରବିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ

