
ଭୁବନେଶ୍ୱର, ୩ ମଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଖୋର୍ଦ୍ଧା ଜିଲ୍ଲାର ଚିଲିକାରେ ସର୍ବାଧିକ ୬୩.୦ ମି.ମି. ବର୍ଷା ରେକର୍ଡ଼଼ ହୋଇଛି ।
ସେହିପରି ଗଜପତି ଜିଲ୍ଲାର ନୂଆଗଡ଼ରେ ୩୮.୨ ମି.ମି., ଯାଜପୁର ଜିଲ୍ଲାର କୋରେଇରେ ୩୮.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ବହଳଦାରେ ୩୬.୦ ମି.ମି., କଳାହାଣ୍ଡି ଜିଲ୍ଲାର କୋକସରାରେ ୩୫.୦ ମି.ମି., ଯାଜପୁର ଜିଲ୍ଲାର ବରୀରେ ୩୪.୧ ମି.ମି., ନବରଙ୍ଗପୁର ଜିଲ୍ଲାର ଝରିଗାଁରେ ୩୩.୦ ମି.ମି., କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇରେ ୩୨.୮ ମି.ମି., ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡିରେ ୩୨.୦ ମି.ମି., ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗରରେ ୨୬.୪ ମି.ମି., ମାଲକାନଗିରି ଜିଲ୍ଲାର ପଡିଆରେ ୨୬.୨ ମି.ମି., ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁରରେ ୨୬.୦ ମି.ମି.
ଏବଂ ମୟୂରଭଞ୍ଜ ଜିଲ୍ଲାର ସୁଳିଆପଦାରେ ୨୫.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରବିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ

