Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଗୁଡଭେଲା ବ୍ଲକ୍ ସ୍ତରୀୟ ପାଚିକା ଓ ସହାୟିକାଙ୍କ ତାଲିମ ଶିବିର ଅନୁଷ୍ଠିତ

ଗୁଡଭେଲା ବ୍ଲକ୍ ସ୍ତରୀୟ ପାଚିକା ଓ ସହାୟିକାଙ୍କ ତାଲିମ ଶିବିର ଅନୁଷ୍ଠିତ

ବଲାଙ୍ଗିର, ୧ ଅଗଷ୍ଟ (ହି.ସ.)- ତେନ୍ତୁଳିଖୁଣ୍ଟି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଡ଼ାହିମାଲ ଠାରେ ଗୁଡଭେଲା ବ୍ଲକ୍ ସ୍ତରୀୟ ଏକ ଦିବସୀୟ ତାଲିମ ଶିବିର ଏବିଇଓ ବିପିନ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ୍ ଶିବିରରେ ସାଧନ କର୍ମୀ ଜଗମୋହନ ତ୍ରିପାଠୀ, ସୁଧାଂଶୁ ପୁଟା, ପ୍ରହଲ୍ଲାଦ ଦଣ୍ଡସେନା ଓ ରମେଶ ଚନ୍ଦ୍ର ଭୋଇ ଯୋଗ ଦେଇ ବିଦ୍ୟାଳୟ ମାନଙ୍କରେ କାର୍ଯ୍ୟରତ ଥିବା ସମସ୍ତ ୨୦୦ ଜଣ ରୋଷେୟାଙ୍କୁ ତାଲିମ୍ ପ୍ରଦାନ କରିଥିଲେ ।

ତାଲିମ୍ ଶିବିରରେ ଉଚ୍ଚ ମାନର ଖାଦ୍ୟ ପ୍ରସ୍ତୁତି, ସ୍ୱଚ୍ଛତା, ଗୁଣ ଓ ନିରାପତ୍ତା ବିଷୟରେ ସବିଶେଷ ତାଲିମ୍ ପ୍ରଦାନ କରାଯାଇଥିଲା।

ଏହି ଅବସରରେ ଶିବିରକୁ ପ୍ରଧାନ ଶିକ୍ଷକ ସୁବ୍ରତ କୁମାର ସାହୁ ଓ ଏବିଇଓ ରମେଶ ଚନ୍ଦ୍ର ସାମର୍ଥ୍ୟ ଦିଗ୍ଦର୍ଶନ ଦେଇଥିଲେ । ବିଆର୍ପି ଜୁଲ୍ ଫିକର ଖାନ୍ ସହଯୋଗ କରିଥିଲେ ଓ ଶେଷରେ ଏମ୍ଡିଏମ୍ ଡିଇଓ ରମାକାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya