
ଭୁବନେଶ୍ୱର, ୦୫ ମଇ (ହି.ସ)- ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ରାଜ୍ୟରେ ଏଲ୍.ପି.ଜି. ଗ୍ୟାସ୍ ସଙ୍କଟ ସୃଷ୍ଟି ହୋଇଛି । ଗ୍ୟାସ ବ୍ୟବହାର ଯୋଗାଣ ପାଇଁ କଡ଼ା ନିୟମ ଥିବାବେଳେ ଗ୍ୟାସଗୁଡ଼ିକୁ କର୍ମକର୍ତାମାନେ ନିଜ କାମରେ ଲଗାଇ ରୋଷେୟାମାନଙ୍କୁ କାଠ କୋଇଲାରେ ବ୍ୟବସ୍ଥା କରିଛନ୍ତି। ସବୁଠାରୁ ବଡ଼ ଦୟନୀୟ ଭାବେ ଛାତ୍ରଛାତ୍ରୀମାନେ ୫ କେ.ଜି.
ଗ୍ୟାସ୍ ଚୁଲା ବ୍ୟବହାର କରୁଥିବା ବେଳେ ଘୋର ସଙ୍କଟରେ ପଡ଼ି ଓଳିଏ ଖାଇ ଓଳିଏ ଉପାସ ମଧ୍ୟ ରହି ହଜାର ହଜାର ଛାତ୍ରଛାତ୍ରୀ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଗତ ମାସରେ ସରକାର ପେଟ୍ରୋଲ ଟାଙ୍କିରେ ୫ କେ.ଜି ସିଲିଣ୍ଡର ଟାଙ୍କି ମିଳିବ ବୋଲି ଘୋଷଣା କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପେଟ୍ରୋଲ୍ ଟାଙ୍କିରେ ଗ୍ୟାସ୍ ମିଳୁନାହିଁ । ଗ୍ୟାସ ଦର ମଧ୍ୟ ବୃଦ୍ଧି କରିଛନ୍ତି। ଯୋଗାଣ ବିଭାଗ ନିଜର ବାହାଦୂରୀ ପାଇଁ କେତେକ ଖୁଚୁରା ବ୍ୟବସାୟୀଙ୍କର ଖାଲିଥିବା ସିଲିଣ୍ଡର ଗୁଡ଼ିକୁ ଫଟୋ ଉଠାଉଛନ୍ତି । ପରିସ୍ଥିତି ସୁଧୁରି ନପାରି କଳା ବଜାରୀମାନଙ୍କୁ ପ୍ରୋତ୍ସାହିତ କରାଯାଇ ଉପଭୋକ୍ତାମାନଙ୍କୁ ଶୋଷଣ କରାଯାଉଛି। ଆଉ ଏଣିକି ବରଦାସ୍ତ କରାଯିବ ନାହିଁ । ଉପଭୋକ୍ତାମାନେ ରାଜରାସ୍ତାକୁ ଓହ୍ଲାଇ ଭୟଙ୍କର ଭାବେ ଆନ୍ଦୋଳନ କରିବେ ବୋଲି ରାଜ୍ୟ ଓଡ଼ିଶା ରନ୍ଧନ ଗ୍ୟାସ ଉପଭୋକ୍ତା ମହାସଂଘର ସଭାପତି ଦିଗମ୍ବର ଜେନା ସରକାରଙ୍କ ନିକଟରେ ଦାବି କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା

