Dailyhunt

ହୋଟେଲରେ ଚଢ଼ାଉ କରି ୩୦ଟି ଘରୋଇ ବ୍ୟବହାର ସିଲିଣ୍ଡର ଜବତ

ମାଲକାନଗିର, ୦୩ ଏପ୍ରିଲ୍(ହି.ସ.) - ମଧ୍ୟପ୍ରାଚ୍ୟରେ ଯୁଦ୍ଧ କାରଣରୁ ଜିଲ୍ଲାରେ ରନ୍ଧନ ଗ୍ୟାସ ସଙ୍କଟ ପରିସ୍ଥିତି ଉପୁଜିଥିବାବେଳେ ମାଲକାନଗିରି ଜିଲ୍ଲା ଯୋଗାଣ ବିଭାଗ ଏନ୍ଫୋର୍ସମେଂଟ ଟିମ୍ ପକ୍ଷରୁ ଆଜି ମାଲକାନଗିରି ସହରର ବିଭିନ୍ନ ହୋଟେଲଗୁଡ଼ିକରେ ଚଢ଼ାଉ କରି ୩୦ଟି ଘରୋଇ ବ୍ୟବହାର ସିଲିଣ୍ଡର ଜବତ କରାଯାଇଛି। ଏନ୍ଫୋର୍ସମେଂଟ ଟିମ୍ଙ୍କ କହିବାନୁଯାୟୀ ଅନେକ ହିତାଧିକାରୀ ଗ୍ୟାସ ବହିକୁ ନିଜ ଅଧିନରେ ରଖି ବୁକିଂ କରିବା ସହ ଏସବୁ ଗ୍ୟାସ ଭର୍ତି ଟାଙ୍କିକୁ ଅନ୍ୟତ୍ର ଚଢ଼ା ଦରରେ ବିକ୍ରି କରି ଆସୁଛନ୍ତି।

ବିଭିନ୍ନ କମ୍ପାନୀର ଡିପୋ ତଥା ଡିଷ୍ଟ୍ରିବ୍ୟୁଟରଙ୍କ ପାଖରୁ ଗ୍ୟାସ୍ ଟାଙ୍କି ଉଠାଇ ବ୍ୟବସାୟ କରି ଆସୁଥିବାର ସୁରାକ ମିଳିବା ପରେ ଆଜି ହଠାତ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉରେ ବିଭିନ୍ନ କମ୍ପାନୀର ଗ୍ୟାସ ରହିଛି। ଆଗାମୀ ଦିନରେ ବିଭିନ୍ନ ଡିଷ୍ଟିବ୍ୟୁଟରମାନଙ୍କ ଗୋଦାମଗୁଡ଼ିକରେ ଚଢ଼ାଉ କରାଯିବ କେତେ ପରିମାଣର ଗ୍ୟାସ କାହାକୁ ଦିଆଯାଉଛି ତାହାର ତଦନ୍ତ କରାଯିବ। ଆଗାମୀ ଦିନରେ ମଧ୍ୟ ଏହି ଯାଂଚ ଅଭିଯାନ ଅଧିକ ଗତିଶୀଳ ହେବ। ଆଜିର ଏହି ଚଢ଼ାଉ କାର୍ଯ୍ୟକ୍ରମରେ ଯୋଗାଣ ବିଭାଗ, ସଦରପୁଲିସ, ପୌରପାଳିକାର କର୍ମଚାରୀ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya