Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଜରାସିଂହାରେ 'ଆସ ଗଢ଼ିବା ସଂସ୍କାରବାନ ପିଢ଼ି' କାର୍ଯ୍ୟକ୍ରମ

ବଲାଙ୍ଗିର, ୩ ଅଗଷ୍ଟ (ହି.ସ.)- ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଂହା ଗ୍ରାମରେ ଗାୟତ୍ରୀ ପରିବାର ତରଫରୁ ଆସ ଗଢ଼ିବା ସଂସ୍କାରବାନ ପିଢ଼ି ଗର୍ଭାଧାନ ସଂସ୍କାର କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ବଲାଙ୍ଗିର ଗାୟତ୍ରୀ ପରିବାରର ମୋକ୍ଷଦା ଶର୍ମା ଏବଂ ମହିଳା ମଣ୍ଡଳର ସଦସ୍ୟାମାନେ ଯୋଗଦେଇ ପୂଜାର୍ଚ୍ଚନା, ଯଜ୍ଞ ଏବଂ ଦୀପଯଜ୍ଞ କାର୍ଯ୍ୟକ୍ରମ ସୁଚାରୁ ରୂପେ ସଞ୍ଚାଳନ କରିଥିଲେ।

ଏଥିରେ ଗ୍ରାମର ବହୁ ସଂଖ୍ୟାରେ ଗର୍ଭବତୀ ମାଆମାନେ ଅଂଶଗ୍ରହଣ କରିଥିଲେ। ଗାୟତ୍ରୀ ପରିବାର ତରଫରୁ ଗର୍ଭବତୀ ମାଆ ମାନଙ୍କୁ ଶିକ୍ଷା ଓ ମାର୍ଗଦର୍ଶନ ଦିଆଯାଇଥିଲା ଯେ, କିପରି ଉତ୍ତମ ଆଚାର-ବିଚାର, ସଂସ୍କାର ଓ ସାଧନା ମାଧ୍ୟମରେ ଏକ 'ଦେବ ମାନବ'କୁ ଜନ୍ମ ଦିଆଯାଇପାରିବ। ଏହି ନିଷ୍ଠାପର କାର୍ଯ୍ୟକ୍ରମର ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଆଶାକର୍ମୀ ସୁଷମା ସାହୁଙ୍କ ପ୍ରଚେଷ୍ଟାକୁ ଉଚ୍ଚ ପ୍ରଶଂସା କରାଯାଇଥିଲା ଏବଂ ତାଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା।

ଏହି ଅବସରରେ ଜରାସିଂହା ଗାୟତ୍ରୀ ପରିବାରର ଅମୂଲ୍ୟ ମେହେର ଏବଂ ବଲାଙ୍ଗିର ମହିଳା ମଣ୍ଡଳର ସମସ୍ତ ସଦସ୍ୟାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଗାୟତ୍ରୀ ପରିବାରର ଜଗଦୀଶ ପ୍ରସାଦ କେଡିଆ, ସନ୍ତୋଷ କୁମାର ସାହୁ, ପ୍ରମୋଦ କୁମାର ସା, ରାଧା ରମଣ କେଡିଆ ଏବଂ କରୁଣାକର ମେହେର ପ୍ରମୁଖ ବିଶେଷ ସହଯୋଗ କରିଥିଲେ। ସଭା ଶେଷରେ ଦେଓଗାଁ ବ୍ଲକ୍ ଗାୟତ୍ରୀ ପରିବାରର ସଭାପତି ମୋହନ ଲାଲ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya