Dailyhunt

ଜାତି ପ୍ରମାଣ ପତ୍ର ନଥିବାରୁ ଯବାନଙ୍କ ଝିଅ ପାଠପଢ଼ାରୁ ବଞ୍ଚିତ

ଝାରସୁଗୁଡ଼ା, 02 ଏପ୍ରିଲ୍ (ହି.ସ.) :ଝାରସୁଗୁଡ଼ା ଜିଲ୍ଲାରେ ଜାତି ପ୍ରମାଣପତ୍ର ମିଳୁନଥିବାରୁ ଜଣେ ଯବାନଙ୍କ ଝିଅ ପାଠପଢିବା ପାଇଁ ଅସୁବିଧାର ସମମୁଖୀନ ହେବାକୁ ପଡୁଛି । ତହସିଲଦାରଙ୍କ କାର୍ଯ୍ୟାଳୟରେ ୨ ଥର ଜାତି ପ୍ରମାଣପତ୍ର ନାକଚ ହେବା ପରେ ଏଭଳି ଅସୁବିଧା ହେଉଛି । ଯାହାର ନିଛକ ଉଦାହରଣ ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଜାମଗାରେ ।

ଲଖନପୁର ତହସିଲ ଅଫିସରେ ଦୁଇ ଦୁଇ ଥର ଜାତିଗତ ପ୍ରମାଣପତ୍ର ନାକଚ କରିଦେଉଥିବାରୁ ୪ ବର୍ଷର ଝିଅ ପାଠପଢ଼ାରୁ ବଞ୍ଚିତ ରହୁଛି। ଲଖନପୁର ବ୍ଲକ ଅନ୍ତର୍ଗତ ଜାମଗାଁର କୃଷ୍ଣ ପ୍ରଧାନ ପ୍ରଧାନ ଛତିଶଗଡ଼ ବିଳାସପୁରରେ ଏସଏସବି ଚାକିରୀ କରୁଛନ୍ତି। ସେଠାରେ ତାଙ୍କର ୪ ବର୍ଷ ଝିଅ ସୋନକ ପ୍ରଧାନଙ୍କ ପାଠପଢ଼ା ପାଇଁ କେନ୍ଦ୍ରୀୟ ବିଦ୍ୟାଳୟରେ ଆଡମିସନ କରିବାକୁ ଯାଇଥିଲେ। ସେଠାରେ ଆଡମିସନ ପାଇଁ କାଷ୍ଟ ସାର୍ଟିଫିକେଟ ମାଗିଥିଲେ। ହେଲେ

ଝିଅର କାଷ୍ଠ ସାର୍ଟିଫିକେଟ୍ ନଥୁବାରୁ ଆଡ୍ମିସନ ହୋଇପାରିନଥିଲା । କିନ୍ତୁ ପାଠପଢ଼ା କରିବା ପୂର୍ବରୁ ଅନଲାଇନ ମାଧ୍ୟମରେ ୨୦୨୫ ସେପ୍ଟେମ୍ବର ମାସରେ ଆବେଦନ କରିଥିଲେ। ହେଲେ କୃଷ୍ଣ ପ୍ରଧାନଙ୍କ ଜମି ପଟ୍ଟା ନଥିବାରୁ କାଷ୍ଟ ସାର୍ଟିଫିକେଟ ନାକଚ କରିଦେଇଥିଲେ। ଏହାପରେ ପୁଣି ଏବେ ପାଠପଢ଼ା ପାଇଁ ମାର୍ଚ୍ଚ ୨୪ ତାରିଖରେ ଆବେଦନ କରିଥିବା ବେଳେ ଜମିପଟ୍ଟାନଥିବାରୁ କାଷ୍ଟ ସାର୍ଟିଫିକେଟ ଆବେଦନକୁ ନାକଚ କରିଦେଇଥିଲେ। ଏବେ କୃଷ୍ଣ ପ୍ରଧାନ ଝିଅର ପାଠପଢ଼ାକୁ ନେଇ ନିରୁତ୍ସାହିତ ହୋଇପଡ଼ିଛନ୍ତି। ଜମି ନଥିବାରୁ ଝିଅର କ'ଣ ପାଠପଢ଼ା ବନ୍ଦ ରହିବ ବୋଲି ପ୍ରଶ୍ନ କରିଛନ୍ତି। ତାଙ୍କର କାଷ୍ଟ ସାର୍ଟିଫିକେଟ୍ ରହିଥିବା ବେଳେ ସେହି ଆଧାରରେ ଝିଅକୁ ମଧ୍ଯ କାଷ୍ଟ ସାର୍ଟିଫିକେଟ ପ୍ରଦାନ କଲେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି। ଏ ବିଷୟରେ ଜିଲ୍ଲା ପ୍ରଶାସନ ଓ ଲଖନପୁର ତହସିଲଦାର ବିଚାର କରିବାକୁ ନିବେଦନ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya