Dailyhunt

ଝାରସୁଗୁଡ଼ାରେ ୭ ଦିନିଆ ସୁଭଦ୍ରା ଶକ୍ତି ମେଳା ଉଦ୍ଯାପିତ

ଝାରସୁଗୁଡ଼ା , 05 ମେ (ହି.ସ.) ମିଶନ ଶକ୍ତି ବିଭାଗ, ଓଡିଶା ସରକାରଙ୍କ ପକ୍ଷରୁ ଗତ ୨୮ ଏପ୍ରିଲରୁ ଆରମ୍ଭ ହୋଇଥିବା ୭ ଦିନିଆ ସୁଭଦ୍ରା ଶକ୍ତି ମେଳା ଆଜି ବିଟିଏମ ପଡିଆ, ଝାରସୁଗୁଡ଼ାରେ ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସନ୍ଧ୍ୟାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ସାମଲ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସାଂସଦଙ୍କ ପ୍ରତିନିଧି ଲଳିତ ମଗର ବିଶିଷ୍ଟ ଅତିଥି ଭାବେ ଉପସ୍ଥିତ ଥିଲେ।

ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱ ରଞ୍ଜନ ନାୟକଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ୟାନ୍ୟ ସମ୍ମାନୀତ ଅତିଥିମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ, ଜିଲ୍ଲା ବନଖଣ୍ଡ ଅଧିକାରୀ ମନୁ ଅଶୋକ ଭଟ ଓ କିର୍ମିରା ବ୍ଲକ୍ ଉପାଧ୍ୟକ୍ଷା ସାବିତ୍ରୀ ମାଝୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି ଅବସରରେ ସ୍ୱୟଂ ସହାୟକ ଗୋଷ୍ଠୀର "ସୁଭଦ୍ରା ମାଆ"ମାନଙ୍କୁ ସମ୍ବର୍ଦ୍ଧନା ଓ ଚେକ ବଣ୍ଟନ କରାଯାଇଥିଲା। ସ୍ୱୟଂ ସହାୟକ ମହିଳାମାନଙ୍କ ଦ୍ୱାରା ରୂପଚର୍ଯ୍ୟା ପ୍ରଦର୍ଶନୀ ଆକର୍ଷଣ କେନ୍ଦ୍ର ଥିଲା। ଶେଷ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ରେନ୍ ଝେନ୍ ଦଳର ସମ୍ବଲପୁରୀ ନୃତ୍ୟ, ମହିମା ମିଶ୍ରଙ୍କ ରଙ୍ଗାରଙ୍ଗ ପ୍ରସ୍ତୁତି ଓ ଆଦିବାସୀ ଭାଇ ବ୍ୟାଣ୍ଡଙ୍କ ନାଗପୁରୀ ଅର୍କେଷ୍ଟ୍ରା ଦର୍ଶକମାନଙ୍କୁ ମନୋରଞ୍ଜନ କରିଥିଲା। ସମଗ୍ର ମେଳାରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ସକ୍ରିୟ ଅଂଶଗ୍ରହଣ ଦେଖାଯାଇଥିବା ସହ ମହିଳା ସଶକ୍ତିକରଣର ସନ୍ଦେଶ ପ୍ରଚାରିତ ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya