Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

କାଳବୈଶାଖୀ ବର୍ଷାରେ ଗଞ୍ଜାମ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି

ଗଂଜାମ, 30 ଏପ୍ରିଲ୍ (ହି.ସ.) ଗଂଜାମ ଜିଲାରେ କାଲି ବୈଶାଖି ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗତ ମଙ୍ଗଳବାର ଦିନ ଅପରାହ୍ନରେ କାଳ ବୈଶାଖି ବର୍ଷାରେ ଗଂଜାମ ଜିଲାର ବିଭିନ୍ନ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଗତକାଲି ଅପରାହ୍ନରୁ ଆଜି ସକାଳ ଯାଏ ବିଭିନ୍ନ ଅଂଚଳରେ ବର୍ଷାସହ ପ୍ରବଳ ବେଗରେ ପବନ ପ୍ରବାହିତ ହୋଇଥିଲା ଫଳରେ ବହୁ ଅର୍ଥକାରୀ ଫସଇ କ୍ଷେତରେ ନଷ୍ଟ ହୋଇଯାଇଛି।

ଏହାଦ୍ୱାରା ଚାଷୀଙ୍କ ମେରୁଦଣ୍ଡ ଭାଗିଂ ପଡିଛି। ଜିଲ୍ଲାରେ ବହୁଚାଳଛପର ଘର ଉଡିଯାଇଛି । ବ୍ରହ୍ମପୁର ସହରରେ ପ୍ରବଳ ବର୍ଷାରେ ସହର ଜଳାର୍ଣ୍ଣବ ହେବା ସହ କେତେକ ଟେଣ୍ଟ ଓ ହୋଡିଂ ଭାଂଗି ଧରାଶାୟୀ ହୋଇଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya