Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କାଲି ଶେଷ ହେବ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରି ପରିଷଦ, ପାରିତ ହେବ ଚାରିଟି ପ୍ରସ୍ତାବ

କାଲି ଶେଷ ହେବ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରି ପରିଷଦ, ପାରିତ ହେବ ଚାରିଟି ପ୍ରସ୍ତାବ

ଭୁବନେଶ୍ୱର, ୩୦ ମଇ (ହି.ସ.)- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ରାଷ୍ଟ୍ରୀୟ କାର୍ଯ୍ୟକାରି ପରିଷଦର ଶନିବାର ବୈଠକରେ ଶିକ୍ଷା, ବିଶ୍ୱ ପରିପ୍ରେକ୍ଷୀ, ଭାରତର ଗବେଷଣା ପରିବେଶ ବ୍ୟବସ୍ଥା ଏବଂ ରାଷ୍ଟ୍ରୀୟ ସୁରକ୍ଷା ପରି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଛି।

ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କାର୍ଯ୍ୟକର୍ତାମାନେ ଶିକ୍ଷା, ଅର୍ବନ ମାଓବାଦ, ମହିଳା ସୁରକ୍ଷା ଏବଂ ବିଶ୍ୱ ପରିପ୍ରେକ୍ଷୀ ସମ୍ବନ୍ଧୀୟ ପ୍ରସ୍ତାବଗୁଡ଼ିକ ଉପରେ ନିଜ ମତାମତ ଓ ପରାମର୍ଶ ପ୍ରଦାନ କରିଥିଲେ।

ବିସ୍ତୃତ ଆଲୋଚନା ପରେ କାଲି ଏହି ଚାରିଟି ପ୍ରସ୍ତାବ ସର୍ବସମ୍ମତିକ୍ରମେ ପାରିତ କରାଯିବ। ଆଜିର ବୈଠକରେ ଏବିଭିପି, ଭାରତୀୟ ଉଦ୍ୟୋଗୀମାନଙ୍କୁ ଗବେଷଣା ଏବଂ ବିକାଶ କ୍ଷେତ୍ରରେ ଅଧିକ ଅବଦାନ ରଖିବାକୁ ଆହ୍ୱାନ କରିଛି, ଯାହା ଦ୍ୱାରା ବିକଶିତ ଭାରତର ଲକ୍ଷ୍ୟ ସାକାର ହୋଇପାରିବ।

ଏବିଭିପିର ରାଷ୍ଟ୍ରୀୟ ମହାମନ୍ତ୍ରୀ ଡଃ ବୀରେନ୍ଦ୍ର ସିଂହ ସୋଲଙ୍କୀ ଭାରତୀୟ ଉଦ୍ୟୋଗୀମାନଙ୍କୁ ଗବେଷଣା ଏବଂ ବିକାଶ କ୍ଷେତ୍ରରେ ବିନିଯୋଗ ବୃଦ୍ଧି କରିବାକୁ ଆହ୍ୱାନ ଜଣାଇ କହିଛନ୍ତି, "ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଭାରତର ଗବେଷଣା ଭିତିଭୂମିକୁ ସୁଦୃଢ଼ କରିବା ଏବଂ ଏକ ଶକ୍ତିଶାଳୀ ଗବେଷଣା ପରିବେଶ ସୃଷ୍ଟି କରିବା ଅତ୍ୟନ୍ତ ଆବଶ୍ୟକ। ଭାରତକୁ ବିଶ୍ୱର ଏକ ଅଗ୍ରଣୀ ଶକ୍ତିରେ ପରିଣତ କରିବା ପାଇଁ ସରକାରୀ ଅନୁଷ୍ଠାନ ଏବଂ ଶିଳ୍ପ କ୍ଷେତ୍ରର ସମନ୍ୱିତ ପ୍ରୟାସ ଆବଶ୍ୟକ। ବର୍ତମାନ ଭାରତ ଗବେଷଣା ଏବଂ ବିକାଶ ଉପରେ ନିଜ ଜିଡିପିର ଏକ ପ୍ରତିଶତରୁ ମଧ୍ୟ କମ୍ ବ୍ୟୟ କରୁଛି, ଯେଉଁଥିରୁ ପ୍ରାୟ ୬୦ ପ୍ରତିଶତ ଅବଦାନ ଇସ୍ରୋ, ଡିଆରଡିଓ, ପ୍ରମୁଖ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟ ଭଳି ସରକାରୀ ଅନୁଷ୍ଠାନମାନଙ୍କର ରହିଛି। ଭାରତର ବଢ଼ୁଥିବା ବିଶ୍ୱସ୍ତରୀୟ ପ୍ରଭାବ ସହ ଭାରତୀୟ ଉଦ୍ୟୋଗୀମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ସୁଯୋଗ ବଢ଼ୁଥିବା ବେଳେ, ଶିଳ୍ପ କ୍ଷେତ୍ର ଏବଂ ଶିକ୍ଷା ତଥା ଗବେଷଣା ଅନୁଷ୍ଠାନମାନଙ୍କ ମଧ୍ୟରେ ଦୀର୍ଘକାଳୀନ ସହଭାଗିତା ସ୍ଥାପନର ଆବଶ୍ୟକତା ରହିଛି। ଗବେଷଣା ଏବଂ ବିକାଶ, କୃତ୍ରିମ ବୁଦ୍ଧିମତା, କ୍ୱାଂଟମ ପ୍ରଯୁକ୍ତି, ସାଇବର ସୁରକ୍ଷା, ଜୈବ ପ୍ରଯୁକ୍ତିବିଦ୍ୟା, ସ୍ୱଚ୍ଛ ଶକ୍ତି ଏବଂ ଅନ୍ୟାନ୍ୟ ଉଦୀୟମାନ କ୍ଷେତ୍ରରେ ଅଧିକ ବିନିଯୋଗ ଭାରତର ନବୋନ୍ମେଷ କ୍ଷମତାକୁ ସୁଦୃଢ଼ କରିବା ସହିତ ଗବେଷଣା ଏବଂ ବିକାଶ କ୍ଷେତ୍ରରେ ରାଷ୍ଟ୍ରୀୟ ବ୍ୟୟକୁ ମଧ୍ୟ ବୃଦ୍ଧି କରିବ। ଏବିଭିପି ସଦା ମନେ କରିଆସିଛି ଯେ ଶିକ୍ଷା କେବଳ ଡିଗ୍ରୀ କିମ୍ବା ନିଯୁକ୍ତି ପ୍ରାପ୍ତିର ମାଧ୍ୟମ ନୁହେଁ; ଏହା ରାଷ୍ଟ୍ର ନିର୍ମାଣ ଓ ଜ୍ଞାନ ସୃଷ୍ଟିର ମୂଳ ଆଧାର। ଏହି ଦୃଷ୍ଟିକୋଣ ଦ୍ୱାରା ପ୍ରେରିତ ହୋଇ ଏବିଭିପି ସର୍ବଦା ଶିକ୍ଷାନୁଷ୍ଠାନଗୁଡ଼ିକରେ ଗବେଷଣା, ନବୋନ୍ମେଷ ଏବଂ ବୈଜ୍ଞାନିକ ମନୋଭାବର ବିକାଶ ଉପରେ ଗୁରୁତ୍ୱ ଦେଇଆସିଛି। ଶିଳ୍ପ କ୍ଷେତ୍ରର ସମ୍ପଦ ଏବଂ ଶିକ୍ଷାନୁଷ୍ଠାନମାନଙ୍କର କ୍ଷମତା ମଧ୍ୟରେ ଅର୍ଥପୂର୍ଣ୍ଣ ସମନ୍ୱୟ ଆତ୍ମନିର୍ଭର ଭାରତର ସଂକଳ୍ପକୁ ନୂତନ ଗତି ପ୍ରଦାନ କରିବ। ଗବେଷଣା କ୍ଷେତ୍ରରେ ବୃଦ୍ଧି ପାଇଥିବା ବିନିଯୋଗ କେବଳ ଆର୍ôଥକ ଅଭିବୃଦ୍ଧିର ଉତ୍ପ୍ରେରକ ନୁହେଁ, ବରଂ ଭାରତର ପ୍ରଯୁକ୍ତିଗତ ଆତ୍ମନିର୍ଭରତା, ରାଷ୍ଟ୍ରୀୟ ସୁରକ୍ଷା ଏବଂ ବିଶ୍ୱ ନେତୃତ୍ୱର ଏକ ଦୃଢ଼ ସ୍ତମ୍ଭ ମଧ୍ୟ ଅଟେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya