Wednesday, 27 Jan, 7.25 pm Hindusthan Samachar

ମୁଖ୍ୟ ସମ୍ବାଦ
କନ୍ଧମାଲ ଜିଲ୍ଲାର ୨୧ତମ ଯୋଜନା କମିଟି ବୈଠକ ଅନୁ Â ିତ

କନ୍ଧମାଳ,୨୭ ଜାନୁୟାରୀ (ହି.ସ.)- କନ୍ଧମାଳ ଜିଲ୍ଲା ଯୋଜନା କମିଟିର ୨୧ ତମ ବୈ÷ଠକ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ଅନୁÂିତ ହୋଇଯାଇଛି । କମିଟିର ଅଧ୍ୟକ୍ଷ-ତଥା-ଓଡ଼ିଶାର ମାନ୍ୟବର ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଏଥିରେ ଅଧ୍ୟକ୍ଷତା କରି ଚଳିତ ୨୦୨୦-୨୧ ଆର୍ଥିକ ବର୍ଷରେ ଜିଲ୍ଲା ପାଇଁ ଆସିଥିବା ଅନୁଦାନକୁ ଠିକ୍ ଭାବରେ ଏବଂ ଠିକ୍ ସମୟରେ ବିନିଯୋଗ କରିବାକୁ ଜନ ପ୍ରତିନିଧି ତଥା ସମସ୍ତ ବିଭାଗୀୟ ପଦାଧିକାରୀମାନଙ୍କ ସହଯୋଗ କାମନା କରିଥିଲେ । ସମସ୍ତ ଯୋଜନାର କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରି ଏହାର ସୁଫଳ ଜନସାଧାରଣଙ୍କ ନିକଟରେ ପହଞ୍ଝାଇବା ପାଇଁ ସମସ୍ତେ ଯତ୍ନବାନ ହେବା ଜରୁରୀ ବୋଲି ମାନ୍ୟବର ମନ୍ତ୍ରୀ କହିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଦୃଢ଼ ନିଷ୍ପତି ଯୋଗୁଁ କରୋନା ସଂକ୍ରମଣରେ ଆମ ରାଜ୍ୟ ସର୍ବନିମ୍ନ ସ୍ଥାନରେ ରହିବା ସହିତ ମାନ୍ୟବର କନ୍ଧମାଳ ସାଂସଦଙ୍କ ପ୍ରଚେଷ୍ଟାରେ ପ୍ରତିÂିତ କେତେକ କୋଭିଡ-୧୯ ଚିକିସôାଳୟର ସେବା ପ୍ରଦାନ ଫଳରେ ତାହା ସମ୍ଭବ ହୋଇପାରିଲା ବୋଲି କହିଥିଲେ । ତେବେ କରୋନା ସଂକ୍ରମଣ ରୋକିବାରେ କନ୍ଧମାଳ ଜିଲ୍ଲାପାଳଙ୍କ ପଦକ୍ଷେପକୁ ମଧ୍ୟ ସେ ପ୍ରଶଂସା କରିଥିଲେ । ଜିଲ୍ଲା ଯୋଜନା କମିଟିର ମୁଖ୍ୟ ସଦସ୍ୟ ସଚିବ-ତଥା-କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦା ଡି. ଉକ୍ତ ବୈ÷ଠକକୁ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ବୈ÷ଠକର ଲକ୍ଷ୍ୟ ଓ ଉଦେ୍ଧଶ୍ୟ ସମ୍ପର୍କରେ ସମ୍ୟକ ଧାରଣା ଦେଇଥିଲେ ।

ବୈ÷ଠକର ପ୍ରାରମ୍ଭରେ ଗତ ୨୦୧୯ ନଭେମ୍ବର ୦୬ ତାରିଖରେ ଅନୁÂିତ ୨୦ ତମ ବୈ÷ଠକର କାର୍ଯ୍ୟବିଧିକୁ ଆଲୋଚନା ମାଧ୍ୟମରେ ଦୃଢ଼ୀକରଣ କରାଯିବା ସହିତ ୨୦୨୦-୨୧ ଆର୍ଥିକ ବର୍ଷରେ ବିଜୁ କନ୍ଧମାଳ ଗଜପତି ଯୋଜନାର ବ୍ଲକୱାରୀ ୧୬୨ ଗୋଟି ପ୍ରକଳ୍ପ ଗୁଡ଼ିକୁ ମଧ୍ୟ ବୈ÷ଠକରେ ଅନୁମୋଦନ କରାଯାଇଥିଲା । ସେଥିମଧ୍ୟରେ ରହିଛି ବିଦୁ୍ୟତିକରଣର ୨ଟି ପ୍ରକଳ୍ପ ବାବଦରେ ୬ ଲକ୍ଷ ଟଙ୍କା, ପାନୀୟ ଜଳ ଯୋଗାଣ ବାବଦରେ ୧୧ ଟି ପ୍ରକଳ୍ପର ପ୍ରସ୍ତାବିତ ଖର୍ଚ୍ଚ ୪୭ ଲକ୍ଷ ଟଙ୍କା ଏବଂ ସଡ଼କ ବାବଦରେ ୧୪୯ ଟି ପ୍ରକଳ୍ପର ପ୍ରସ୍ତାବିତ ଖର୍ଚ୍ଚ ୫ କୋଟି ୪୬ ଲକ୍ଷ ୫୦ ହଜାର ଟଙ୍କା । ବ୍ଲକ ପିଛା ୫୦ ଲକ୍ଷ ହିସାବରେ ମୋଟ୍ ୬ କୋଟି ପ୍ରସ୍ତାବିତ ଖର୍ଚ୍ଚକୁ ମଧ୍ୟ ଅନୁମୋଦନ କରାଯାଇଥିଲା । ସେହିପରି, ବିଗତ ଆର୍ଥିକ ବର୍ଷ ଗୁଡ଼ିକର ଅବଶେଷ ୩୦ ଲକ୍ଷ ୨୫ ହଜାର ଟଙ୍କାର ୭ ଗୋଟି ପରିବର୍ତିତ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ କରାଯାଇଥିଲା ।

କୃଷି ଓ ଆନୁଷଙ୍ଗିକ ବିଭାଗର ୨୦୫ କୋଟି ୬୫ ଲକ୍ଷ ୫ ହଜାର ଟଙ୍କା, ଗ୍ରାମ୍ୟ ଉନ୍ନୟନ ବିଭାଗର ୪୧୫ କୋଟି ୨୨ ଲକ୍ଷ ୧୦ ହଜାର ଟଙ୍କା, ସ୍ୱତନ୍ତ୍ର ଅଞ୍ଝଳ କାର୍ଯ୍ୟକ୍ରମ ବାବଦରେ ୮୮ କୋଟି ୫୧ ଲକ୍ଷ ୮୬ ହଜାର ଟଙ୍କା, ଜଳ ସେଚନ ଓ ବନ୍ୟା ନିୟନ୍ତ୍ରଣ ବାବଦରେ ୪୯ କୋଟି ୮୩ ଲକ୍ଷ ୩୫ ହଜାର ଟଙ୍କା, ଶିଳ୍ପ ଓ ଖଣିଜ ଦ୍ରବ୍ୟ ବାବଦରେ ୩ କୋଟି ୬୯ ଲକ୍ଷ ୯୭ ହଜାର ଟଙ୍କା, ଗମନାଗମନ ବାବଦରେ ୮୬ କୋଟି ୫୫ ଲକ୍ଷ ଟଙ୍କା, ବିଜ୍ଞାନ-କାରିଗରୀ-ପରିବେଶ ବାବଦରେ ୬୬ କୋଟି ୫୨ ଲକ୍ଷ ୬ ହଜାର ଟଙ୍କା, ସାଧାରଣ ଆର୍ଥିକ ସେବା ବାବଦରେ ୧୭ କୋଟି ୪୦ ଲକ୍ଷ ୬ ହଜାର ଟଙ୍କା, ସମାଜ ସେବା ବାବଦରେ ୪୯୭ କୋଟି ୫୦ ଲକ୍ଷ ୮୩ ହଜାର ଟଙ୍କା ଏବଂ ଅନ୍ୟାନ୍ୟ ପ୍ରଶାସନିକ ସେବା ବାବଦରେ ୮ କୋଟି ୨୧ ଲକ୍ଷ ୮୯ ହଜାର ଟଙ୍କାର ପ୍ରସ୍ତାବିତ ଖର୍ଚ୍ଚକୁ ଅନୁମୋଦନ କରାଯାଇଥିଲା । ସେହିପରି, ୨୦୧୯-୨୦ ଆର୍ଥିକ ବର୍ଷର ବିଭିନ୍ନ ବିଭାଗର ସମୁଦାୟ ୧ ହଜାର ୩୪୦ କୋଟି ୬୩ ଲକ୍ଷ ୨୪ ହଜାର ଟଙ୍କାର ଖର୍ଚ୍ଚ ବାବଦରେ ଆଲୋଚନା କରାଯାଇ ଅନୁମୋଦନ କରାଯାଇଥିଲା ।

ବୈଠକରେ କନ୍ଧମାଳ ମାନ୍ୟବର ସାଂସଦ ଡଃ. ଅଚୁ୍ୟତାନନ୍ଦ ସାମନ୍ତ, ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଅଙ୍ଗଦ କହଁର, ବାଲିଗୁଡ଼ା ବିଧାୟକ ଶ୍ରୀଯୁକ୍ତ ଚକ୍ରମଣି କହଁର, ଘୁ. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, କନ୍ଧମାଳ ଜିଲ୍ଲପାଳ ଡା. ବୃନ୍ଦା ଡି., କନ୍ଧମାଳ ଜିଲ୍ଲା ପରିଷଦର ମାନନୀୟା ସଭାପତି ଶ୍ରୀମତୀ ଆକାଂକ୍ଷା ପ୍ରଧାନ ଉପ-ସଭାପତି ଶ୍ରୀମତୀ ସାରତୀ ମଲ୍ଲିକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ ବିଶ୍ୱରଞ୍ଜନ ନାୟକଙ୍କ ସମେତ ଯୋଜନା କମିଟିର ସମସ୍ତ ସଦସ୍ୟସଦସ୍ୟା, ବିଭିନ୍ନ ବିଭାଗୀୟ ସରକାରୀ ପଦାଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଯୋଜନା ଓ ପରିସଂଖ୍ୟାନ ବିଭାଗର ଉପ-ନିଦେ୍ର୍ଧଶକ ଶ୍ରୀ ଭୀମସେନ ବାର୍ଲା ବୈ÷ଠକକୁ ପରିଚାଳନା କରିବା ସହିତ ଆଲୋଚନା ପାଇଁ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିଥିବାବେଳେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ଭାନୁ

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Hindusthan Samachar Odiya
Top