Wednesday, 27 Jan, 7.25 pm Hindusthan Samachar

ମୁଖ୍ୟ ସମ୍ବାଦ
କନ୍ଧମାଳ ସଡକ ସୁରକ୍ଷା ସମ୍ପର୍କୀତ ସଂସଦୀୟ କ୍ଷେତ୍ର ବୈଠକ ଅନୁ Â ିତ

କନ୍ଧମାଳ,୨୭ ଜାନୁୟାରୀ (ହି.ସ.)- ସଡ଼କ ସୁରକ୍ଷା ସମ୍ପର୍କୀତ ସଂସଦୀୟ କ୍ଷେତ୍ର ବୈ÷ଠକ କନ୍ଧମାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ଅନୁÂିତ ହୋଇଯାଇଛି । ମାନ୍ୟବର କନ୍ଧମାଳ ସାଂସଦ ଡଃ. ଅଚୁ୍ୟତାନନ୍ଦ ସାମନ୍ତଙ୍କ ଏଥିରେ ଅଧ୍ୟକ୍ଷତା କରି ସଡ଼କ ସୁରକ୍ଷା ଦିଗରେ ଜିଲ୍ଲାରେ ଗ୍ରହଣ କରାଯାଇଥିବା ବିବିଧ ବ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ ।

ଜିଲ୍ଲା ଆଞ୍ଝଳିକ ପରିବହନ ଅଧିକାରୀ ଶ୍ରୀ ଗତିକୃଷ୍ନ ସାମନ୍ତରାୟଙ୍କ ସୂତ୍ରରୁ ପ୍ରକାଶ ଯେ, ଜିଲ୍ଲାର ଦୁର୍ଘଟଣା ପ୍ରାୟତଃ ଅଙ୍କା ବଙ୍କା ଏବଂ ଅଣ-ଓସାରିଆ ଘାଟି ରାସ୍ତାରେ ଘଟୁଛି । ତେଣୁ ଏହି ସବୁ ଯାଗାରେ ସୂଚନା ଫଳକ ସହ ସତର୍କତା ମୂଳକ ସାଙ୍କେତିକ ଚିହ୍ନ ଦେବା ପାଇଁ ରାସ୍ତା ଓ କୋଠାବାଡ଼ି ବିଭାଗକୁ ଅନୁରୋଧ କରାଯାଇଛି । ଜିଲ୍ଲାରେ ଚିହ୍ନଟ ହୋଇଥିବା ୪ ଗୋଟି ଦୁର୍ଘଟଣା ପ୍ରବଣ ସ୍ଥାନକୁ ଚିହ୍ନିତ କରାଯାଇ, ଏହି ସା୍ଥନରେ ପେଟ୍ରୋଲିଂ ପାଇଁ ପରିବହନ ଓ ପୋଲିସ ବିଭାଗକୁ କୁହାଯାଇଛି । କଳିଙ୍ଗା ଘାଟି ଓ ଗାଡ଼ିଆପଡ଼ା ଘାଟିର ପ୍ରଶସ୍ତିକରଣ ପାଇଁ ପଦକ୍ଷେପ ନିଆଯାଇଛି । ଘରୋଇ ବସ୍ ମାଲିକ ସଂଘ ଦାବି କରିଥିଲେ ଯେ, ବସ୍ ରହଣୀ ପାଇଁ ଉପଯୁକ୍ତ ଯାଗା ଯୋଗାଇ ଦିଆଯାଉ । ପ୍ରତି ବ୍ଲକରେ ବସ୍ ଷ୍ଟାଣ୍ଡ ପାଇଁ ଯାଗା ଯୋଗାଇଦେବା ପାଇଁ ସାଂସଦ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଫୁଲବାଣୀ ବିଧାୟକ ଶ୍ରୀ ଅଙ୍ଗଦ କହଁର ଦ୍ରୁତ ଗତିରେ ଚଳାଉଥିବା ଗାଡ଼ି ଚାଳକଙ୍କ ଉପରେ ଦୃଢ଼ କାଯ୍ୟାନୁÂାନ ପାଇଁ ପରାମର୍ଶ ଦେଇଥିବାବେଳେ ଘୁ. ଉଦୟଗିରି ବିଧାୟକ ଶ୍ରୀ ସାଲୁଗା ପ୍ରଧାନ ଘୁ. ଉଦୟଗିରି ବସ୍ଷ୍ଟାଣ୍ଡର ସମ୍ପ୍ରସାରଣକରିବା ପାଇଁ ପରାମର୍ଶ ଦେଇଥିଲେ । ବାଲିଗୁଡ଼ା ବିଧାୟକ ଶ୍ରୀ ଚକ୍ରମଣି କହଁର ବାଲିଗୁଡ଼ା ସହରରେ ବାଇ ପାସ୍ ରାସ୍ତା ନିର୍ମାଣ ପାଇଁ କହିଥିବାବେଳେ ବାଲିଗୁଡ଼ା ପୋ÷÷ର ପରିଷଦ ଅଧ୍ୟକ୍ଷ ଶ୍ରୀ ଲୋକନାଥ ପାଢ଼ୀ ସହରରେ ସିସି ଟିଭି କ୍ୟାମେରା ବ୍ୟାବସ୍ଥା କରିବା ପାଇଁ କହିଥିଲେ । ପରିବହନ ଅଧିକାରୀ କହିଲେ ଯେ, ଏ ପର୍ଯ୍ୟନ୍ତ ୩ ଗୋଟି ବ୍ଲକ ପାଇଁ ଯାଗା ଚିହ୍ନଟ ହୋଇସାରିଛି । ଅନ୍ୟ ବ୍ଲକ ସଦର ମହକୁମାର ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ ଦିଗରେ ତ୍ୱରିତ ପଦକ୍ଷେପ ସ୍ୱରୂପ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରାଯାଉଛି ।

ଫୁଲବାଣୀ ପରିବହନ ବିଭାଗ ତରଫରୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସାଂସଦ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଆଗକୁ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ପରାମର୍ଶ ଦେଇଥିଲେ । ଦୁର୍ଘଟଣା ରୋକିବା ପାଇଁ ନିଆଯାଉଥିବା ପଦକ୍ଷେପ ଉପରେ ଆରକ୍ଷୀ ଅଧୀକ୍ଷକ ଭିନୀତ୍ ଅଗ୍ରୱାଲ୍ ସମ୍ୟକ ସୂଚନା ଦେଇଥିଲେ । ପରିହନ ଅଧିକାରୀ ଗୁଡ୍ ସାମରିଟନ୍୍ ଓ ସୋଲାଟିୟମ୍ ପଲିସି ଉପରେ ନିଆଯାଇଥିବା ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ । କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦା ଡି. ଆଗାମୀ ଦିନରେ ଅଧିକ ଦୁର୍ଘଟଣା ପ୍ରବଣ ଯାଗା ଗୁଡ଼ିକୁ ଚିହ୍ନଟ କରି ତା'ର ନିରାକରଣ ନିମନ୍ତେ ରାସ୍ତା ଓ କୋଠବାଡ଼ି ବିଭାଗ ଓ ଜାତୀୟ ରାଜପଥ ବିଭାଗକୁ ନିଦେ୍ର୍ଧଶ ଦେଇଥିଲେ ଏବଂ ଆଗାମୀ ଦିନରେ କନ୍ଧମାଳକୁ ଏକ ଦୁର୍ଘଟଣାମୁକ୍ତ ଜିଲ୍ଲାରେ ପରିଣତ କରିବା ପାଇଁ ସମସ୍ତଙ୍କ ସହଯୋଗ କମନା କରିଥିଲେ । ଉକ୍ତ ବୈ÷ଠକରେ ପ୍ରୋବେସନ ଆଇ.ପି.ଏସ୍. ଶ୍ରୀ ଅଭିନବ ଶଙ୍କରଙ୍କ ସମେତ ସଂପୃକ୍ତ ବିଭାଗୀୟ ପଦାଧିକାରୀମାନେ ଯୋଗଦେଇଥିଲେ । ଶେଷରେ ଆଞ୍ଝଳିକ ପରିବହନ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ଭାନୁ

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Hindusthan Samachar Odiya
Top