
କେନ୍ଦ୍ରାପଡ଼ା, ୦୩ ମଇ(ହି.ସ.) - ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ୨୦୨୬ ପରୀକ୍ଷାର ଫଳଫଳ ଆଜି ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଜିଲ୍ଲାର ୩୪୭ଟି ବିଦ୍ୟାଳୟରୁ ମୋଟ ୧୮,୨୦୩ ଜଣ ପରୀକ୍ଷାର୍ଥୀ ଉତୀର୍ଣ୍ଣ ହୋଇଛନ୍ତି। ଏଥିରେ ଛାତ୍ର ୮,୯୮୦ ଓ ଛାତ୍ରୀ ୯,୨୨୩ ଜଣ ଉତୀର୍ଣ୍ଣ ହୋଇଛନ୍ତି। ଜିଲ୍ଲାରେ ଇ୧-୫୩ ଜଣ, ଇ୨-୪୭୭, ଈ୧-୧୪୨୯, ଈ୨-୨୯୨୮, ଉ-୪୩୭୪, ଊ- ୫୨୨୦, ଋ-୩୭୨୨ ଏବଂ ଏଫ୍ ଗ୍ରେଡ଼ରେ-୭୬୫ ଜଣ ରହିଛନ୍ତି।
ଜିଲ୍ଲାରେ ୧୦୦% ଫଳାଫଳ ଅର୍ଜନ କରିଥିବା ବିଦ୍ୟାଳୟ ସଂଖ୍ୟା ୧୧୬ ରହିଛି। ପାସ୍ ହାର ଦୃଷ୍ଟିରୁ ଗଜପତି ଜିଲ୍ଲା ୯୯.୩୧% ସହ ସର୍ବାଧିକ ରହିଥିବାବେଳେ କେନ୍ଦୁଝର ଜିଲ୍ଲା ୯୪.୩୫% ସହ ସର୍ବନିମ୍ନ ଅଟେ। ଇ୧ ଗ୍ରେଡ୍ରେ ବାଲେଶ୍ୱର ଜିଲ୍ଲା ସର୍ବାଧିକ ୩୦୫ ଜଣ ଓ ରାୟଗଡ଼ା ଜିଲ୍ଲାରେ ସର୍ବନିମ୍ନ ୬ ଜଣ ଅଛନ୍ତି। ସେହିପରି ୠ ଗ୍ରେଡ୍ରେ କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ୧୩୭୯ ଜଣ ଓ ଗଜପତି ଜିଲ୍ଲାରେ ସର୍ବନିମ୍ନ ୫୫ ଜଣ ରହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ଖରିନାସି ହାଇସ୍କୁଲର ଛାତ୍ର ଦେବଦର୍ଶୀ ମଣ୍ଡଳ ସର୍ବାଧିକ ୫୭୧ ମାର୍କ ଅର୍ଜନ କରି ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି

