Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କେନ୍ଦ୍ରାପଡା କୈବର୍ତ ମହାସଭାର ଚୈତ୍ର ମହୋତ୍ସବ ଉଦ୍ଘାଟିତ

କେନ୍ଦ୍ରାପଡା କୈବର୍ତ ମହାସଭାର ଚୈତ୍ର ମହୋତ୍ସବ ଉଦ୍ଘାଟିତ

କେନ୍ଦ୍ରାପଡା, 03 ମେ (ହି.ସ.)

ନିଖିଳ ଓଡିଶା କୈବର୍ତ ମହାସଭା ଅନୁବନ୍ଧିତ କେନ୍ଦ୍ରାପଡା ଜିଲ୍ଲା କୈବର୍ତ ମହାସଭା ର ଚୈତ୍ର ମହୋତ୍ସବ ଶ୍ରୀ ବଳଦେବଜୀଉଙ୍କ ମାଉସୀ ମା ମନ୍ଦିର ନିକଟ ରଥଦାଣ୍ଡ ରେ ଉଦ୍ଘାଟିତ ହୋଇଯାଇଛି । ୨ଦି ବ୍ୟାପି ହେବାକୁ ଥିବା ଏହି ଉତ୍ସବର ଉଦଘାଟନ ଦିବସରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ଓ ସଂସଦୀୟ ବ୍ୟାପାର ବିଭାଗର ମାନ୍ୟବର ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାନ କୈବର୍ତ ଜାତିର ଐତିହ୍ୟ ପରମ୍ପରା ଓ ପୈାରାଣିକ ତଥ୍ୟର ଅବତାରଣା କରିବା ସହ ଜାତିର ବିକାଶରେ ସମସ୍ତଙ୍କର ସାମୁହିକ ଉଦ୍ୟମ ନିତ୍ୟାନ୍ତ ଆବଶ୍ୟକ ।

ମହିଳା ମାନଙ୍କ ଶିକ୍ଷା, ଆର୍ଥିକ ବିକାଶ ପାଇଁ ଏହି ଜାତିର ସମର୍ଥ ବ୍ୟକ୍ତିମାନେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଏହା ସହ ରାଜ୍ୟ ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ ବିଭିନ୍ନ ଜାତିର ବିକାଶ ପାଇଁ ଉଦ୍ୟମ ଜାରି ରଖିଥିବା ସୂଚନା ଦେବା ସହ କେନ୍ଦ୍ରାପଡା ରେ ମେଡିକାଲ କଲେଜ ପ୍ରତିଷ୍ଠା ଦିଗରେ ସକାରାତ୍ମକ ମନ୍ତବ୍ୟ ଦେଇଥିଲେ । ରାଜ୍ୟରେ ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ଖୋଲା ହେବାର ନିଷ୍ପତି ରାଜ୍ୟ ସରକାର ନେଇଛନ୍ତି ଓ ୪ଟି ଜିଲ୍ଲାରେ ସ୍ଥାପନ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ଅରମ୍ଭ ହେଲେ କେନ୍ଦ୍ରାପଡା ଜିଲ୍ଲା ନିଶ୍ଚିନ୍ତ ଭାବରେ ସ୍ଥାନ ପାଇବ ବୋଲି ସୂଚନା ଦେଇଥିଲେ । ଜିଲ୍ଲା ସଭାପତି ରଂଜନ କୁମାର ବେହେରାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ କୁ କେନ୍ଦ୍ରାପଡାର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶି ଭୂଷଣ ବେହେରା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଚୈତ୍ର ମହୋତ୍ସବ ସର୍ବ ଭାରତୀୟ ସ୍ତରରେ ଉପକୂଳବର୍ତୀ ଅଂଚଳର କୈବର୍ତ ଭାଇ ମାନଙ୍କ ଏକ ମହାନ ପର୍ବ ବୋଲି ବକ୍ତବ୍ୟ ରଖିଥିଲେ । କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରି ଲିଲିତା ଦାସ, କୈବର୍ତ ମହାସଭା ର ରାକ୍ୟ ସଭାପତି ଡ଼ଃ ଦେବେନ୍ଦ୍ରନାଥ ବେହେରା, କାର୍ଯ୍ୟକାରୀ ସଭାପତି ରାଜ କିଶୋର ମହାପାତ୍ର ପ୍ରମୁଖ ମଂଚାସୀନ ରହି ବକ୍ତବ୍ୟ ରଖିଥିଲେ । ଜିଲ୍ଲା ସାଧାରଣ ସଂପାଦକ ନାରାୟଣ ବେହେରା କାର୍ଯ୍ୟକ୍ରମର ସୂଚନା ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପକ ରଂଜନ କୁମାର ପ୍ରଧାନ ମଂଚ ପରିଚାଳନା କରିଥିବା ବେଳେ ଗୋକୁଳ ସଙ୍ଗୀତ ସଦନର ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ଓ ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସର ରେ କୈବର୍ତ ସମାଜର ଜାତୀୟ ସଙ୍ଗୀତ 'ବିଷ୍ଣୁ ପଦୀ ବିଷ୍ଣୁ ପଦ ଇ-କାର ଭେଦ ଶବଦ' ଗାନ କରାଯାଇ ଥିଲା । ଏହି ଅବସର ରେ କୈବର୍ତ ସମାଜର ବିଭିନ୍ନ ଜିଲ୍ଲାର ବ୍ୟକ୍ତି ବିଶେଷଙ୍କୁ ମୁଖ୍ୟ ଅତିଥି ଶ୍ରୀ ମହାଲିଙ୍ଗ ସମ୍ବର୍ନ୍ଧନା ଦେଇଥିଲେ । ରାଜ୍ୟ ଉପ ସଭାପତି ଇଂ ବିଷ୍ଣୁ ଚରଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya