Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଖଡ଼ିଆଳ ଶାନ୍ତି ନଗର ନିଉ କଲୋନୀ ବନ୍ୟାଜଳ ଘେରରେ, ଏନଏସିର ଦୃଷ୍ଟି ପଡ଼ୁନି ବୋଲି ଅଭିଯୋଗ

ଖଡ଼ିଆଳ ଶାନ୍ତି ନଗର ନିଉ କଲୋନୀ ବନ୍ୟାଜଳ ଘେରରେ, ଏନଏସିର ଦୃଷ୍ଟି ପଡ଼ୁନି ବୋଲି ଅଭିଯୋଗ

ନୂଆପଡ଼ା,୩ ଅଗଷ୍ଟ (ହି.ସ.) - ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରର ଶାନ୍ତି ନଗର ନିଉ କଲୋନୀବାସୀଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢ଼ି ଚାଲିଛି। ଗତ ଜୁଲାଇ ୨୯ ତାରିଖରୁ ବନ୍ୟାଜଳରେ ଘେରି ରହିଥିବା ଏହି କଲୋନୀର ଅନେକ ଘରେ ପାଣି ପଶିଯାଇଛି। ଫଳରେ ସ୍ଥାନୀୟ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପଡ଼ାକୁ ସଂଯୋଗ କରୁଥିବା ରାସ୍ତା ସହ ଘର ଭିତରେ ପାଣି ଜମି ରହିଥିବାରୁ ଯାତାୟାତ ସହ ରୋଷେଇ, ଶୋଇବା ଓ ଦୈନନ୍ଦିନ କାର୍ଯ୍ୟରେ ବହୁତ ଅସୁବିଧା ହେଉଛି।

ଏହା ସହ ସାପ, ବେଙ୍ଗ, ମଶା ଭୟ ରହୁଥିବା ବେଳେ ଅଳିଆ ଆବର୍ଜନାର ଦୁର୍ଗନ୍ଧର ପ୍ରକୋପ ବଢ଼ିଥିବାରୁ ରୋଗ ବ୍ୟାପିବା ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଯେ, ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ଖଡ଼ିଆଳ ଏନଏସି ପକ୍ଷରୁ ପାଣି ନିଷ୍କାସନ କିମ୍ବା ଅନ୍ୟ କୌଣସି ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ତେଣୁ ଶୀଘ୍ର ବନ୍ୟାଜଳ ନିଷ୍କାସନ ସହ ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ଓ ଏନଏସି କର୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya