
ଭଦ୍ରକ, ୩ ମଇ (ହି.ସ.) - ଏହି ଜିଲାର ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ମଞ୍ଜୁରୀ ଗ୍ରାମ ପଂଚାୟତ ରଣଜିତ୍ ଠାରେ ଆଜି ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ଯୋଗଦେଇ କିଚେନ କୁଇନ୍ ଲେୟାର ପଲ୍ୟୁଟ୍ରି ଫାର୍ମ ର ଶୁଭ ଉଦ୍ଘାଟନ କରିଥିଲେ। ଏହି ଉଦ୍ଘାଟନ ସମୟରେ ବିଧାୟକ ଶ୍ରୀ ମଲ୍ଲିକଙ୍କ ସମତେ ସ୍ଥାନୀୟ ଅଂଚଳର ନେତୃମଣ୍ଡଳୀ ଓ ଅନ୍ୟାନ୍ୟ ଅତିଥି ବୃନ୍ଦ ଉପସ୍ଥିତ ଥିଲେ।
ଏହି ଲେୟାର ପଲ୍ୟୁଟ୍ରି ଫାର୍ମ ଆଖପାଖ ଅଂଚଳର ଚାହିଦା ମେଂଟାଇବା ସହିତ ଅଂଚଳ ବାସିନ୍ଦାଙ୍କୁ ରୋଜଗାର କ୍ଷମ କରାଯିବା ପାଇଁ ସହାୟ ହେବ ଏବଂ ଦୈନଦିନ କାର୍ଯ୍ୟ କରି ନିଜର ଗୁଜୁରାଣ ମେଂଟାଉଥବା ସାଧାରଣ ଜନତାଙ୍କ ର ଆର୍ôଥକ ମେରୁଦଣ୍ଡ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ମତପ୍ରକାଶ କରିଛନ୍ତି ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ

