Wednesday, 27 Jan, 7.14 pm Hindusthan Samachar

ମୁଖ୍ୟ ସମ୍ବାଦ
କୋଷ୍ଟାଲ ହାେଇୱର ପରିବର୍ତିତ ନrାକୁ ନେଇ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ଉଦ୍ବେଗ

ଭୁବନେଶ୍ୱର, ୨୭ ଜାନୁଆରୀ (ହି.ସ.)- ଆଜି ୧୧.୩୦ ମିନିଟ୍ ସମୟରେ ଲୋକସେବା ଭବନସ୍ଥିତ ପୂର୍ତ ବିଭାଗର ସମ୍ମିଳନୀ କକ୍ଷରେ ଗୋପାଳପୁରଠାରୁ ଦିଘା ପର୍ଯ୍ୟନ୍ତ ଭାୟା ପୁରୀଦେଇ ଯାଇଥିବା ଭାରତମାଳା (କୋଷ୍ଟାଲ୍ ହାେଇୱ) ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁÂିତ ହୋଇଯାଇଛି । ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟର କେନ୍ଦ୍ର ମନ୍ତ୍ରୀ ନିତିନ୍ ଗଡ଼କରୀ ମହୋଦୟ ୨୦୧୫ ମସିହା ନବକଳେବର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତତ୍କାଳୀନ ଖାଦ୍ୟଯୋଗାଣ, ବୈଷୟିକ ଶିକ୍ଷା ଓ ନିଯୁକ୍ତି ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ଉପସ୍ଥିତିରେ ପିପିଲିଠାରେ ଅନୁÂିତ ସମାବେଶରେ ଘୋଷଣା କରିଥିଲେ ଯେ ଗୋପାଳପୁରଠାରୁ ଦିଘା ପର୍ଯ୍ୟନ୍ତ ୪୪୦ କିମି କୋଷ୍ଟାଲ ହାଇୱେ ଖୁବ୍ଶୀଘ୍ର ନିର୍ମାଣ କରାଯିବ । ଏହି ହାଇୱେ ନିର୍ମାଣ ହେଲେ ଓଡ଼ିଶାର ପର୍ଯ୍ୟଟନ, ବାଣିଜି୍ୟକ କ୍ଷେତ୍ରରେ ଏକ ବିରାଟ ଯୋଗଦାନ ହେବ ବୋଲି ସାଧାରଣରେ ଆଶା ସଂଚାର ହୋଇଥିଲା । ପରବର୍ତୀ ସମୟରେ ବହୁ ଆଲୋଚନା, ପର୍ଯ୍ୟାଲୋଚନା ପରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ନଭେମ୍ବର ୧୫,୨୦୧୯ରେ ନିଷ୍ପତି ନିଆଯାଇ ପ୍ରଥମ ପର୍ଯ୍ୟାୟରେ ୩୭୦ କିମି ଉପକୂଳ ରାଜପଥ (ଭାରତମାଳା) ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଥିଲା । ଏହି ଉପକୂଳ ରାଜପଥ ପୁରୀ ଜିଲ୍ଲାର ସାତପଡ଼ାଠାରୁ ଆରମ୍ଭ ହୋଇ ପୁରୀ-କୋଣାର୍କ-ଅସ୍ତରଙ୍ଗ-ରତନ୍ପୁର-ଧାମରା-ବାସୁଦେବପୁର-ଚାନ୍ଦିପୁରଠାରୁ ଦିଘା ପର୍ଯ୍ୟନ୍ତ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ମଞ୍ଜୁରି ପ୍ରଦାନ କରିଥିଲେ । ଆଜି ଅନୁÂିତ ବୈଠକରେ ଜାତୀୟ ରାଜପଥ ପ୍ରାଧିକରଣର ମୁଖ୍ୟ ପ୍ରବନ୍ଧକ ଡ. ରାମପ୍ରସାଦ ପଣ୍ଡା ଏହି ବୈଠକରେ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ଦ୍ୱାରା ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଏବଂ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରାଳୟ ଦ୍ୱାରା ଗଠିତ ଏକ ବିଶେଷଜ୍ଞ କମିଟି (ଏrପର୍ଟ ଆପ୍ରାଇଜାଲ୍ କମିଟି) ଏକ ନୂତନ ଆଲାଇନ୍ମେଂଟ (ଗ୍ରୀନ୍ଫିଲଡ୍) ଉପକୂଳ ରାଜପଥ ମାର୍ଗ (ଭାରତମାଳା)ର କେନ୍ଦ୍ର ସରକାରଙ୍କ ନିଷ୍ପତି ସଂପର୍କରେ ସୂଚନା ଦେଇଥିଲେ ।

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବ ର୍ମା କେନ୍ଦ୍ର ସରକାର ଙ୍କ ଏଭଳି ନିଷ୍ପତି ସଂପର୍କରେ ଅବଗତ ହେବା ପରେ ଉଦ୍ବେଗ ପ୍ରକାଶ କରିବା ସହ କେନ୍ଦ୍ର ମନ୍ତ୍ରୀଙ୍କ ଘୋଷଣାର ଦୀର୍ଘ ୬ ବର୍ଷ ପରେ ପ୍ରକଳ୍ପର ନୂଆ ଆଲାଇନ୍ମେଂଟ ନେଇ କେନ୍ଦ୍ର ସରକାରଙ୍କ ଏଭଳି ପରିବର୍ତିତ ଆଭିମୁଖ୍ୟ ସଂପର୍କରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରିଛନ୍ତି ।

ଆଜିର ଏହି ବୈଠକରେ ପୂର୍ତ ବିଭାଗର ଶାସନ ସଚିବ ଡ. କିଷନ କୁମାର, ଅତିରିକ୍ତ ଶାସନ ସଚିବ ଏଚ୍.କେ. ଦତ, ଜାତୀୟ ରାଜପଥ ପ୍ରାଧିକରଣର ମୁଖ୍ୟ ପ୍ରବନ୍ଧକ ଡ. ରାମପ୍ରସାଦ ପଣ୍ଡା, ରାଜପଥ ମୁଖ୍ୟଯନ୍ତ୍ରୀ ରଞ୍ଜିତ କୁମାର ସାହୁ, ରାସ୍ତା ବିଭାଗର ମୁଖ୍ୟଯନ୍ତ୍ରୀ ମନୋରଞ୍ଜନ ମିଶ୍ର ଓ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ଉପ ଶାସନ ସଚିବ ଶ୍ରୀ ଅଭୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର/ଭାନୁ

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Hindusthan Samachar Odiya
Top