ଭୁବନେଶ୍ୱର, ୦୫ ମଇ (ହି.ସ)- ଆଇନ ତଥ ପୂର୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଙ୍ଗଳବାର ଦିନ କୋରାପୁଟର ସୀମାନ୍ତ ଅଂଚଳ କୋଟିଆରେ ଯାଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ, ବାର୍ଦ୍ଧକ୍ୟ ଭତା ଏବଂ ପଟ୍ଟା ବଂଟନ କରିଛନ୍ତି।
ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଲେଖିଛନ୍ତି - କୋଟିଆ ମାଟିରେ ଜନସେବାର ସଙ୍କଳ୍ପ
ଆଜି କୋରାପୁଟ ଗସ୍ତ ଅବସରରେ ସୀମାନ୍ତ କୋଟିଆ ଠାରେ ଆୟୋଜିତ ଏକ ଭବ୍ୟ ସମାବେଶରେ ଯୋଗଦେଲି । କୋଟିଆର ପ୍ରତ୍ୟେକ ନାଗରିକଙ୍କ ନିକଟରେ ସରକାରୀ ସୁବିଧା ପହଂଚାଇବା ଆମର ପ୍ରାଥମିକତା।
ଏହି ଅବସରରେ ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ, ବାର୍ଦ୍ଧକ୍ୟ ଭତା ଏବଂ ଜଙ୍ଗଲ ଜମି ଅଧିକାର ଆଇନ ଅନୁଯାୟୀ 'ଏଫଆରଏ' ପଟ୍ଟା ବଂଟନ କଲି। ଲୋକଙ୍କ ମୁହଁରେ ହସ ଓ ସେମାନଙ୍କ ସ୍ୱାଭିମାନର ସୁରକ୍ଷା ହିଁ ଆମ ସରକାରର ପ୍ରାଥମିକତା ।
ଏହି କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ , ଜୟପୁରର ବିଧାୟକ ଶ୍ରୀ ତାରା ପ୍ରସାଦ ବାହିନୀପତି , ପଟ୍ଟାଙ୍ଗିର ବିଧାୟକ ଶ୍ରୀ ରାମ ଚନ୍ଦ୍ର କାଡ଼ାମ୍, କୋରାପୁଟର ବିଧାୟକ ଶ୍ରୀ ରଘୁରାମ ମାଛ, ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ସମେତ ସ୍ଥାନୀୟ ପ୍ରାଶାସନିକ ଅଧିକାରୀ ଓ ସ୍ଥାନୀୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା

