ଭୁବନେଶ୍ୱର ,୨୩ ଜାନୁଆରୀ - ସଂଯୁକ୍ତ କିଷ।।ନ ମୋର୍ଚ୍ଚା ଓ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଆହ୍ୱାନରେ ରାଜଭବନ ସମ୍ମୁଖରେ ରାଜ୍ୟସ୍ତରୀୟ କୃଷକ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ୩ଟି କୃଷି ଆଇନକୁ ରଦ୍ଦ କରିବା, ଏମ୍.ଏସ୍. ସ୍ୱାମୀନାଥନଙ୍କ ସୁପାରିଶ୍ ଆଧାରରେ ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିବା, ଓଡ଼ିଶାରେ ଧାନର ଅଭାବୀ ବିକ୍ରି ବନ୍ଦ କରିବା, ଧାନ ସଂଗ୍ରହକୁ ସୁନିଶ୍ଚିତ କରିବା ଏବଂ ଚାଷୀଙ୍କୁ ୨୪ ଘଂଟା ମଧ୍ୟରେ ଧାନର ସମସ୍ତ ମୂଲ୍ୟ ପ୍ରଦାନ କରିବା, ଧାନ କ୍ୱିଂଟାଲରେ ସର୍ବନିମ୍ନ ୭୫୦ ଟଙ୍କା ବୋନସ୍ ରାଜ୍ୟ ସରକାର ପ୍ରଦାନ କରିବା, ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ଏବଂ ଚାଷୀ ପାଉଥିବା ସମସ୍ତ ସରକାରୀ ସୁବିଧା ଭାଗଚାଷୀଙ୍କୁ ପ୍ରଦାନ କରିବା ନିମନ୍ତେ ଏକ "ଭାଗଚାଷୀ ସୁରକ୍ଷା ଆଇନ" ପ୍ରଣୟନ କରିବା, ଆଦିବାସୀ ଓ ପାରମ୍ପରିକ ଜଙ୍ଗଲବାସୀମାନଙ୍କୁ ସେମାନଙ୍କର ଉତ୍ପାଦିତ ସମସ୍ତ କୃଷିଜାତ ସାମଗ୍ରୀ ଏବଂ ଲଘୁ ବନଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରିବା ପାଇଁ ଆଇନଗତ ମାନ୍ୟତା ଦେବା ଇତ୍ୟାଦି ପ୍ରମୁଖ ଦାବିଗୁଡ଼ିକୁ ଉପସ୍ଥାପିତ କରାଯାଇଛି ।