Dailyhunt
କୁତରଙ୍ଗ ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

କୁତରଙ୍ଗ ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, ୦୮ ଏପ୍ରିଲ୍(ହି.ସ.) - କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କୁତରଙ୍ଗ ଗ୍ରାମ ପଂଚାୟତ ହାଇସ୍କୁଲର ଆଦର୍ଶ ପ୍ରଧାନ ଶିକ୍ଷକ ତଥା ସମାଜସେବୀ ରାମଚନ୍ଦ୍ର ଦାସଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ସ୍ଥାନୀୟ ସମାଜସେବୀ ଅଭିମନ୍ୟୁ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସମାରୋହରେ ମୁଖ୍ୟବକ୍ତା ଭାବେ ରଘୁନାଥ ରାଉତ, ସ୍ଥାନୀୟ ସରପଂଚ ଚିରରଞ୍ଜନ ଜେନା, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗୌରାଙ୍ଗ ଚରଣ ସାହୁ, ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ନିରୁପମା ଭୋଇ, ପ୍ରାକ୍ତନ ବିଜ୍ଞାନ ପରିଦର୍ଶକ ପିତବାସ ପଣ୍ଡା ପ୍ରମୁଖଙ୍କ ସମେତ ହାଇସ୍କୁଲର ପୂର୍ବତନ ଛାତ୍ର/ଛାତ୍ରୀ, ଗ୍ରାମର ବହୁ ବିଶିଷ୍ଟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ରହି ପ୍ରଧାନ ଶିକ୍ଷକ ଶ୍ରୀ ଦାସଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦେଇଥିଲେ।

ସ୍ଥାନୀୟ ସମିତି ସଭ୍ୟ ମିନତୀ ଦାସ, ସଂଯୋଜକ ତଥା ପୂର୍ବତନ ସରପଂଚ ରାଜନ୍ ପ୍ରସାଦ ଥାଟୋଇ, ପ୍ରସନ୍ନଜିତ୍ ପଣ୍ଡା କାର୍ଯ୍ୟକ୍ରମରେ ରମେଶ ଚନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କୃପାସିନ୍ଧୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସ୍କୁଲ୍ ପରିସରରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ପ୍ରତିମୂର୍ତୀ ଅନାବରଣ କରାଯାଇଥିଲା। କାର୍ଯ୍ୟକ୍ରମରେ ନୃସିଂହ ଭଦ୍ର, ବଟକୃଷ୍ଣ ସାମଲ, ଅତିଥି ଶିକ୍ଷକ ବାବୁ ଜାନ୍, ସମିତି ସଭ୍ୟ ଅକ୍ଷୟ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya