Dailyhunt
ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ବଙ୍ଗୋମୁଣ୍ଡା ତହସିଲ ଅଫିସ ର ଅମିନ ନିର୍ମଳେନ୍ଦୁ କବି

ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ବଙ୍ଗୋମୁଣ୍ଡା ତହସିଲ ଅଫିସ ର ଅମିନ ନିର୍ମଳେନ୍ଦୁ କବି

ବଲାଙ୍ଗିର, ୫ ମଇ (ହି.ସ.)- ଲାଞ୍ଚ ନେଲା ବେଳେ ଧରିଲା ଭିଜିଲାନ୍ସ। ଭିଜିଲାନ୍ସ ଜାଲରେ ବଙ୍ଗୋମୁଣ୍ଡା ତହସିଲ ଅଫିସ ର ଅମିନ ନିର୍ମଳେନ୍ଦୁ କବି। ଗୋଟିଏ ପରିବାରର ଜମି ପାର୍ଟିସନ୍ କରି ନକ୍ସା କରିବାକୁ ଅମିନ ଜଣକ ପନ୍ଦର ହଜାର ଟଙ୍କା ଲାଞ୍ଚ ଦାବି କରି ଆଜି ସମ୍ପୃକ୍ତ ହିତାଧିକାରୀ ଠାରୁ ଟଙ୍କା ଗ୍ରହଣ କଲାବେଳେ ସେ ଭିଜିଲାନ୍ସ ହାତରେ ଧରା ପଡ଼ି ଯାଇଥିଲେ।

ତାଙ୍କ ଠାରୁ ଟଙ୍କା ଜବତ କରି ଆଇନ ଅନୁଶାରେ ସମ୍ବଲପୁର ଥାନା କେସ ନମ୍ବର ୪ ରେ ରୁଜ୍ଜୁ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya