ଗଞ୍ଜାମ, ୪ଜୁଲାଇ (ହି.ସ) ତାରସିଙ୍ଗି ଥାନା ବେଙ୍ଗସର କୁଡୁତାଇ ମୁଖ୍ୟ ରାସ୍ତାରେ ଥିବା ରାଜା ଜୁୁଏଲର୍ସରୁ ଵହୁ ଲକ୍ଷଟଙ୍କାର ସୁନା ରୂପା ଚୋରି ହୋଇଛି । ଏନେଇ ମାଲିକ ସିମାଞ୍ଚଳ ଆଚାରୀ ପୋଲିସ ଥାନାରେ ଅଭିଯୋଗ କରିଛନ୍ତି। ୩୦୦ଗ୍ରାମ ସୁନା ଓ ୮ କିଲୋଗ୍ରାମରୁ ଅଧିକ ରୂପା ଅଳଂକାର ଚୋରି ହୋଇଥିବା ଅଭିଯୋଗ କରାଯାଇଛି। ରାତିରେ ଦୋକାନ ବନ୍ଦ ଥିଲା ବେଳେ ଚୋରମାନେ ଛାତ ଉପରକୁ ଯାଇ ସିଡ଼ିରେ ଘର ଭିତରେ ପଶି ସୁନାରୂପା ଅଳଙ୍କାର ଲୁଟି ନେଇଥିବା ଜଣାପଡିଛି।
ଅଭିଯୋଗକୁ ଭିତ୍ତିକରି ପୁଲିସ ଜୋରଦାର ତଦନ୍ତ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ
