Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ମାଛଚାଷ ପାଇଁ ସବସିଡ୍ କରାଇବା ନାଁରେ ଲାଂଚ ନେଉଥିବା ବେଳେ ନିମ୍ନା ସରପଂଚ ଗିରଫ

ଭୁବନେଶ୍ୱର, 05 ଜୁଲାଇ (ହି.ସ.)- ସୁବର୍ଣ୍ଣପୁର ଜିଲ୍ଲାର ନିମ୍ନା ଗ୍ରାମପଞ୍ଚାୟତ ସରପଞ୍ଚ

ମାଛଚାଷ ପାଇଁ ସବସିଡି ମଞ୍ଜୁର କରାଇବା ନାମରେ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ

ହୋଇଛନ୍ତି ।

ଆଜିସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ନିମ୍ନା

ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସୂର୍ଯ୍ୟକାନ୍ତି ପାଣ୍ଡେଙ୍କୁ ଓଡ଼ିଶା ଭିଜିଲାନ୍ସ ଲାଞ୍ଚ

ଦାବି କରିବା ଏବଂ ୨୦,୦୦୦ ଟଙ୍କା ଲାଞ୍ଚ

ଗ୍ରହଣ କରୁଥିବା ସମୟରେ ଧରିଛି।

ଅଭିଯୋଗ ଅନୁଯାୟୀ, ଗ୍ରାମପଞ୍ଚାୟତ ପୋଖରୀରେ ମାଛଚାଷ କରିବା ପାଇଁ ଆବଶ୍ୟକ

ଚୁକ୍ତିପତ୍ରରେ ସ୍ୱାକ୍ଷର କରିବା ଏବଂ ସମ୍ପୃକ୍ତ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)ଙ୍କ

ସପକ୍ଷରେ ଜିଲ୍ଲା ମତ୍ସ୍ୟ ବିଭାଗ କାର୍ଯ୍ୟାଳୟରୁ ସବସିଡି ରାଶି ମୁକ୍ତ କରାଇବା ପାଇଁ ସରପଞ୍ଚ ୨୦,୦୦୦ ଲାଞ୍ଚ ଦାବି

କରିଥିଲେ। ଉଲ୍ଲେଖଯୋଗ୍ୟ ଯେ,

ଉକ୍ତ ସ୍ୱୟଂ ସହାୟକ

ଗୋଷ୍ଠୀ ମାଛଚାଷ ଉଦ୍ଦେଶ୍ୟରେ ପାଞ୍ଚ ବର୍ଷ ପାଇଁ ଗ୍ରାମପଞ୍ଚାୟତ ପୋଖରୀକୁ ଲିଜ୍ରେ ନେଇଛନ୍ତି।

ପ୍ରଥମେ ଅଭିଯୁକ୍ତ ସରପଞ୍ଚ ଏହି କାମ ପାଇଁ ୪୦,୦୦୦ ଲାଞ୍ଚ ଦାବି

କରିଥିଲେ। କିନ୍ତୁ ଏସ୍ଏଚ୍ଜିର କର୍ମକର୍ତ୍ତା ଏତେ ଟଙ୍କା ଦେବାରେ ଅସମର୍ଥତା ପ୍ରକାଶ କରିଥିଲେ।

ପରବର୍ତ୍ତୀ ଆଲୋଚନା ପରେ ସରପଞ୍ଚ ଲାଞ୍ଚ ରାଶିକୁ ୨୦,୦୦୦କୁ କମାଇଥିଲେ। ଅନ୍ୟ କୌଣସି ଉପାୟ ନପାଇ ଅଭିଯୋଗକାରୀ ଓଡ଼ିଶା

ଭିଜିଲାନ୍ସର ଶରଣାପନ୍ନ ହୋଇଥିଲେ।

ଅଭିଯୋଗ ପାଇବା ପରେ ଆଜି ଓଡ଼ିଶା ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଦଳ

ଫାନ୍ଦ ପକାଇ ଶ୍ରୀମତୀ ପାଣ୍ଡେଙ୍କୁ ଅଭିଯୋଗକାରୀଙ୍କଠାରୁ ୨୦,୦୦୦ ଲାଞ୍ଚ ଗ୍ରହଣ

କରୁଥିବା ବେଳେ ଧରିଥିଲେ। ଅଭିଯୁକ୍ତଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ରାଶି ୨୦,୦୦୦ ଟଙ୍କା ଜବତ

କରାଯାଇଛି।

ଏହାପରେ ଶ୍ରୀମତି ପାଣ୍ଡେଙ୍କ ସହ ସମ୍ପୃକ୍ତ ଦୁଇଟି ସ୍ଥାନରେ ଆୟ

ବହିର୍ଭୂତ ସମ୍ପତ୍ତି (ଡିଏ) ଦୃଷ୍ଟିକୋଣରୁ ଏକକାଳୀନ ଚଢ଼ାଉ ଜାରି ରହିଛି।

ଏହି ଘଟଣାରେ ସମ୍ବଲପୁର ଭିଜିଲାନ୍ସ ଥାନା ମାମଲା ନଂ-୧୦, ତାରିଖ ୦୪.୦୬.୨୦୨୬, ଦୁର୍ନୀତି ନିବାରଣ

(ସଂଶୋଧନ) ଆଇନ, ୨୦୧୮ର ଧାରା-୭

ଅନୁଯାୟୀ ରୁଜୁ କରାଯାଇଛି। ଅଭିଯୁକ୍ତ ସରପଞ୍ଚ ଶ୍ରୀମତୀ ସୂର୍ଯ୍ୟକାନ୍ତି ପାଣ୍ଡେଙ୍କ ବିରୋଧରେ

ତଦନ୍ତ ଜାରି ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya