Wednesday, 27 Jan, 7.12 pm Hindusthan Samachar

ମୁଖ୍ୟ ସମ୍ବାଦ
ମଦ ଭାଟ୍ଟି, ଜୁଆ ଆଡ୍ଡା ବନ୍ଦ ନେଇ ପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଜୟପୁର,୨୭ ଜାନୁୟାରୀ (ହି.ସ.)- କୋରାପୁଟ ଜିଲା ବି. ସିଂପୁର ଥାନା ଅନ୍ତର୍ଗତ ନୁଆଗୁଡା ଗ୍ରାମବାସୀ ଆଜି ଜୟପୁର ଉପ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏନେଇ ଜିଲାପାଳଙ୍କ ଉଦ୍ଦେଷ୍ୟରେ କେ ଦାବୀ ପତ୍ର ପ୍ରଦାନ କରିଛନ୍ତି । ବରିଷ୍ଠ ଆଇନଜୀବି ମଦନ ମହୋନ ନାୟକ ଙ୍କ ନେତ୍‌ୃତ୍ୱରେ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ ଦାବୀ ପତ୍ର ରେ ଉଲ୍ଲେଖ କରାଯାଇଛି ଯେ ନୁଆଗୁଡା ଗ୍ରାମରେ ୨ ଜଣ ବ୍ୟକ୍ତି ମଦଭାଟି, ଜୁଆ ଆଡ୍ଡା ଏବଂ କୁକୁଡା ଗାଲି ଚାଲୁ ରଖିଛନ୍ତି । ଫଳରେ ନୁଆଗୁଡା ଓ ପାତ୍ରପୁଟ ଗ୍ରାମର ଅଧିକାଂଶ ଲୋକ ମଦ ପିଉଛନ୍ତି । ଏବଂ କୁକୁଡା ଗାଲି ଓ ଜୁଆ ଖେଳରେ ଲିପ୍ତ ରହୁଛନ୍ତି । ସବୁବେଳେ ପାରିବାରିକ ଅଶାନ୍ତି ଏବଂ ଶାରିରୀକ ମାନସିକ ଅଶାନ୍ତି ଲାଗି ରହୁଛି । ଗ୍ରାମରେ ସବୁ ବେଳେ ମାରପିଟ ଏବଂ ଗୋଷ୍ଠିକନ୍ଦଳ ଘଟୁଛି । ମଦ ପିଇ ଅନେକ ଅନୈତିକ କାର୍ଯ୍ୟରେ ଲୋକେ ଲିପ୍ତ ରହୁଛନ୍ତି । ବର୍ତମାନ ସୁଦ୍ଧା ମଦ ପିଇ ଅ୍‌ନେକ ଯୁବକ ମୃତ୍ୟୁ ବରଣ କଲେଣି । ଗ୍ରାମବାସୀ ଏହାର ପ୍ରତିବାଦ କଲେ ଆକ୍ରମଣ କରୁଛନ୍ତି । ଗ୍ରାମବାସୀ ମାନେ ଏକ ପ୍ରକାର ଭୟର ବାତାବରଣରେ ଅଛନ୍ତି । ଯୁବ ଗୋଷ୍ଠି ମଦ ପିଇ ପଥଭ୍ରଷ୍ଠ ହେଉଛନ୍ତି । ତେଣୁ ପ୍ରଶାସନ ତୁରନ୍ତ ମଦଭାଟି, ଜୁଆଆଡ୍ଡା, ଏବଂ କୁକୁଡା ଗାଲି ବନ୍ଦ କରିବାକୁ ଡମ୍ଭରୁ ମୁଦୁଲି, ପବିତ୍ର ବିଷୋଇ, କିଶୋର ବିଷୋଇ ସମତେ ନୁଆଗୁଡା ଓ ପାତ୍ରପୁଟ ବାସିନ୍ଦା ଦାବୀ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Hindusthan Samachar Odiya
Top