Dailyhunt

ମହାନଦୀକୁ ନ୍ୟାୟ ଦେବାରେ ଫେଲ ମାରିଛି ଟ୍ରିପଲ ଇଂଜିନ ସରକାର- ଅରୁଣ ସାହୁ

ଭୁବନେଶ୍ୱର, 02 ଏପ୍ରିଲ୍ (ହି.ସ.)- ମହାନଦୀ ଜଳ ବିବାଦ ମାମଲାରେ

ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ବହୁ ବାଦବିବାଦ ପରେ ମହାନଦୀ ସମସ୍ୟାର

ସମାଧାନ ପାଇଁ ଟ୍ରିବୁନାଲ ଗଠନ କରାଗଲା। କିନ୍ତୁ

ଟ୍ରିବୁନାଲ ଅବଧି ଏଇ ମାସରେ ସରୁଛି। କିନ୍ତୁ

କୌଣସି ପନ୍ଥା ବାହାରିନାହିଁ। ରାଜ୍ୟ ସରକାର ଗତ ଜାନୁୟାରୀରେ ହାଇ ଲେଭେଲ କମିଟି ଗଠନ କରିଥିଲେ।

କିନ୍ତୁ ଦୁଇ ମାସ ପରେ ବି ଉଭୟ ରାଜ୍ୟ ସରକାର

କେହି କାହାରିକି ସମୟ ଦେଉନାହାଁନ୍ତି। ନଦୀ

ଶୁଖିଲା ପଡିଛି। ମତ୍ସ୍ୟଜୀବୀ ଉପାସରେ। କିନ୍ତୁ

ବିଧାନସଭାକୁ ବନ୍ଦ କରି ସରକାର ଯାଇଛନ୍ତି ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ପାଇଁ। କ୍ୟାବିନେଟ

ବୈଠକ ଯଦି ମହାନଦୀ ବାଲିରେ ବସେ ତେବେ ଦୁଃଖ କଣ ଓଡ଼ିଶାରେ ତାହା ସରକାର ଜାଣିପାରିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya