Dailyhunt
ମହିଳା କମିଶନ ଓଡିଶା ସରକାର କାର୍ଯ୍ୟାଳୟ ତରଫରୁ ବ୍ଲକସ୍ତରୀୟ ଆଇନ ସଚେତନତା ଶିବିର

ମହିଳା କମିଶନ ଓଡିଶା ସରକାର କାର୍ଯ୍ୟାଳୟ ତରଫରୁ ବ୍ଲକସ୍ତରୀୟ ଆଇନ ସଚେତନତା ଶିବିର

ବଲାଙ୍ଗିର, ୪ ଅପ୍ରେଲ (ହି.ସ.)- ଆଗଲପୁର (ଡୁଡୁକା) ବ୍ଲକ ବୈଠକ ଗୃହ ଠାରେ ମହିଳା କମିଶନ ଓଡିଶା ସରକାର କାର୍ଯ୍ୟାଳୟ ତରଫରୁ ବ୍ଲକସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ସଚେତନତା ଶିବିରରେ ମୁଖ୍ୟ ଅତିଥି ଭାବରେ ମହିଳା କମିଶନ ଓଡିଶାର ସଦସ୍ୟା ଶ୍ରୀମତୀ ମୁକ୍ତା ସାହୁ ଯୋଗଦାନ କରିଥିଲେ । ଅତିଥି ମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ପ୍ରତିନିଧି ପିତାମ୍ବର କଣ୍ଟା, ଆଗଲପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ଦାଶ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପୁଷ୍ପାଞ୍ଜଳି ଶତପଥୀ, ଆଗଲପୁର ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୁଦ୍ର ପ୍ରସାଦ ସୁନା, ପ୍ରଶିକ୍ଷକ ଭାବରେ ୱାଏମଏଲସିର ଅସିଷ୍ଟାଣ୍ଡ ପ୍ରଫେସର ଶ୍ରୀଚଣ୍ଡୀ ପ୍ରସାଦ ଖମାରି ଯୋଗଦେଇଥିଲେ ।

ପ୍ରଶିକ୍ଷଣ ଶିବିରରେ ଆଗଲପୁର ବ୍ଲକର ଆଶା, ଅଙ୍ଗନବାଡି କର୍ମୀ, ଶିକ୍ଷୟିତ୍ରୀ ବୃନ୍ଦ, ସ୍ଵୟଂ ସହାୟକ ଦଳର ସଦସ୍ୟା, ଏଏନଏମ, କଲେଜ ଛାତ୍ରୀ ପ୍ରମୁଖ ୨୫୦ ରୁ ଅଧିକ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ମୁକ୍ତା ସାହୁ ନାରୀ ମାନଙ୍କର ପାଇଁ ଉଦ୍ଦିଷ୍ଟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ଉପରେ ସବିଶେଷ ଆଲୋଚନା କରିଥିଲେ ଏବଂ ଓଡିଶାରେ ମହିଳା କମିଶନ ଦ୍ଵାରା କିପରି ମହିଳା ମାନେ ଲାଭ ପାଇପାରିବେ ତଥା ତାଙ୍କ ସମସ୍ୟାର ସମାଧାନ କିପରି ହେବ ଏ ବିଷୟରେ ଆଲୋଚନା କରିଥିଲେ । ଶ୍ରୀମତୀ ସାହୁ ପୋଶ ଆକ୍ଟ, ବାଲ୍ୟ ବିବାହ, ଘରୋଇ ହିଂସା ବିଷୟରେ ଆଲୋଚନା କରିଥିଲେ । ସମସ୍ତ ଅତିଥି ବୃନ୍ଦ ଉକ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ରଖିଥିଲେ । ପରେ ପ୍ରଶିକ୍ଷକ ଶ୍ରୀ ଖମାରି ଏଲସିସି/ ଆଇସିସି ଗଠନ, ଘରୋଇ ହିଂସା, ପୋକସୋ ଆକ୍ଟ, ଡାହାଣୀ ସନ୍ଦେହ ଜନିତ ହତ୍ୟାର ସରକାରୀ ପ୍ରାବଧାନ ବିଷୟରେ ବୁଝାଇଥିଲେ ।

ଏହି କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ସୁଭଶ୍ରୀ ମିଶ୍ର ଓ ଧନ୍ୟବାଦ ଅର୍ପଣ କରିଥିଲେ ପିଓ-କମ୍-ପିଓ ସୁଜାତା ଦୋରା । ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜିକା ଶିବାନୀ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya