
ଜୟପୁର, ୦୪ ଏପ୍ରିଲ୍ (ହି.ସ.) - ଜୟପୁର ସାଂସ୍କୃତିକ ଅନୁଷ୍ଠାନ ଶ୍ରାବଣୀ ଦ୍ୱାରା ମଂଚସ୍ଥ ହେଲା ନାଟକ କିନ୍ନର, ବିଂଶ ପାଂଚପଟ୍ଟମାଳି ନାଟ୍ୟ ମହୋତ୍ସବ ନାଲକୋ ଦାମନଯୋଡି ଠାରେ ଜୟପୁରର କଳାକାର ମନେ ଏହି ପ୍ରତିଯୋଗିତାର ଦ୍ୱିତୀୟ ନାଟକ ମଂଚସ୍ଥ କରିଥିଲେ. ଏହି ନାଟକର ନାଟ୍ୟକାର ଥିଲେ ଶେଖର ଦାଶ, ନିର୍ଦ୍ଦେଶକ ନିରଞ୍ଜନ ପାଣିଗ୍ରାହୀ.
ନାଟକଟି ଜଣେ କିନ୍ନରର କାହାଣୀ ଉପରେ ପାରିବେଷିତ ହୋଇଥିଲା। କିନ୍ନର ମାନଙ୍କୁ କିପରି ମାନସିକ ଚାପରେ ରହିବାକୁ ପଡୁଛି, ସେମାନଙ୍କୁ କିପରି ସାମାଜିକ ନିର୍ଯ୍ୟାତନା ଏବଂ ଘେରେଇ ହିଂସାର ଶିକାର ହେବାକୁ ପଡୁଛି ସେ ବିଷୟରେ ରହିଥିଲା। କିନ୍ତୁ କିନ୍ନର ହେଲେବି ଦୁନିଆ ସହିତ ଲଢେଇ କରି, ଲୋକଙ୍କ ସେବା କିପରି କରିଛି ଏବଂ ସମସ୍ତଙ୍କ ପାଇଁ ଉଦାହରଣ ହୋଇ ପାରିଛି ମିନୁ। ପାଠ ପାଢ଼ୀ ନିଜ ତପସ୍ୟା ବଳରେ ଅନ୍ୟର ମନକୁ ଜିଣି ପାରିଛି। ସମାଜକୁ ଦେଖାଇ ପାରିଛି କଷ୍ଟ ବଳରେ କିପରି ଅନ୍ୟର କାର୍ଯ୍ୟରେ ଆସିପାରିବ ମାଇଚିଆ କୁହାଉଥିବା ଜଣେ ମନୁଷ୍ୟ। ନାଟକ ଟିକୁ ସଙ୍ଗୀତରେ ସଜାଇଥିଲେ ବଂଶୀ ବଦକ ଜି. ମହେଶ ଏବଂ ଆକାଶବାଣୀର ସ୍ୱୀକୃତି ପ୍ରାପ୍ତ ସୁନାମାଧନ୍ୟ କଳାକାର ଇଶ୍ୱର ସରାଫ, ନାଟକ ସଫଳ ପଛରେ କିପରି ସଂଗୀତର ଆବଶ୍ୟକ ରହିଛି ତାର ଏକ ଅପୂ୍ୱର୍ ମିଳନ ଥିଲା ସଂଳାପ ସହିତ। ନାଟକଟିରେ ଅଭିନୟ କରିଥିଲେ ଏମ. ଡି .ସାରିଫ, ସୁରେଶ ହୋତା,ସରୋଜ ମିଶ୍ର, ପଂଚାନନ ମିଶ୍ର, ନୃସିଂହ ଷଡ଼ଙ୍ଗୀ, ଅନିଲ ଜେନା, ନିରଞ୍ଜନ ପାଣିଗ୍ରାହୀ, ପବିତ୍ର ମଲ୍ଲିକ, ବିଜୟଲଷ୍ମୀ ପାଣିଗ୍ରାହୀ, ଡ଼. ଗାୟତ୍ରୀ ଦେବି, ସମର୍ପିତା ପାଣିଗ୍ରାହୀ, ପ୍ରାଚୀ ମିଶ୍ର, ଏବଂ ନିବେଦନ ପାଣିଗ୍ରାହୀ ବେଶେଷ ସହାୟତା ଗୋପାଳ କୃଷ୍ଣ ସାମନ୍ତରାୟଏବଂ ସମୀର ମହାପାତ୍ର । ନାଟକ ଶେଷରେ ନିର୍ଦ୍ଦେଶକ ନିରଞ୍ଜନ ପାଣିଗ୍ରାହୀ ଦଳର ପୁରସ୍କାର ଗ୍ରହଣ କରି ଆୟୋଜକ ଦଳକୁ କୃତଜ୍ଞାତା ପ୍ରଦାନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି

