Friday, 27 Nov, 9.05 pm Hindusthan Samachar

ମୁଖ୍ୟ ସମ୍ବାଦ
ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର, ୨୭ ନଭେମ୍ବର - ନୟାଗଡ଼ର ୫ବର୍ଷର ଶିଶୁକନ୍ୟା ପରୀ ଅପହରଣ ଓ ହତ୍ୟା ଘଟଣାରେ ପରୀକୁ ଉପଯୁକ୍ତ ନ୍ୟାୟ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଓ ମହିଳା କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଂଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାସହ ମୁଖ୍ୟମନ୍ତ୍ରୀ ଏବଂ ଅରୁଣ ସାହୁଙ୍କ କୁଶପୁତଳିକା ଦାହ କରାଯାଇଛି ।

ଭୁବନେଶ୍ୱର କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ ଓ ଭୁବନେଶ୍ୱର ମହିଳା କଂଗ୍ରେସ ସଭାନେତ୍ରୀ ଗୀତାଞ୍ଜଳି ଦାସଙ୍କ ନେତୃତ୍ୱରେ ଶତାଧିକ ଯୁବ ଓ ମହିଳା ଶୋଭାଯାତ୍ରାରେ ଯାଇ ମାଷ୍ଟରକ୍ୟାଂଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ ଦାଶ କହିଥିଲେ ମନ୍ତ୍ରୀ ଅରୁଣ ସାହୁଙ୍କ ଘନିଷ୍ଠ ସହଯୋଗୀ ବାବୁଲି ନାୟକ ହିଁ ପରୀ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ । ମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ପୋଲିସ ଅପରାଧୀଙ୍କୁ ଘଂଟ ଘୋଡ଼ାଇବା ସହ ଏହି ଘଟଣାକୁ ଚପାଇ ଦେବାପାଇଁ ଉଦ୍ୟମ କରୁଛି । ମୁଖ୍ୟମନ୍ତ୍ରୀ ମଧ୍ୟ ମନ୍ତ୍ରୀଙ୍କୁ ଘଂଟ ଘୋଡାଉଛନ୍ତି । ଏଣୁ ରାଜ୍ୟ ସରକାର ପରୀ ଘଟଣାକୁ ଚପାଇ ଦେବାକୁ ହୀନ ରାଜନୀତି କରୁଛନ୍ତି । ଜଣେ ମନ୍ତ୍ରୀ ଅଭିଯୁକ୍ତ ଥାଇ ଯଦି ମନ୍ତ୍ରୀ ପଦରେ ରୁହେ ତେବେ ତଦନ୍ତରେ ବାଧା ଉପୁଯିବାର ଆଂଶକା କରାଯାଉଛି । ତେଣୁ କଂଗ୍ରେସ ଦଳ ସିବିଆଇ ତଦନ୍ତ ସହ ପରୀ ହତ୍ୟା ଘଟଣାର ତଦନ୍ତ ନ ସରିଲା ପର୍ଯ୍ୟନ୍ତ ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରିବାକୁ ଦାବି କରିଛନ୍ତି ।

ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିବାନନ୍ଦ ରାୟ, ରଶ୍ମି ମହାପାତ୍ର, ମୋହନ ଜେନା, ଅଶୋକ ଦାସ, ଏସ୍‌କେ ଆପତାବ ଅଲ୍ଲୀ, ରାଜୀବ ପଟ୍ଟନାୟକ, ଅନିଲ ଦାସ, ଶୁଭ୍ରଜ୍ୟୋତି ଲେଙ୍କାଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

.................................................

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Hindusthan Samachar Odiya
Top