Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ମାର୍କେଟ ଛକ ଠାରୁ ଶରଧାବାଲି ପର୍ଯ୍ୟନ୍ତ ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯିବ

ପୁରୀ, ୪ ଜୁଲାଇ (ହି.ସ.)- ଚଳିତ ରଥଯାତ୍ରାକୁ ଶୃଙ୍ଖଳିତ ଓ ସ୍ବଛତାର ସହ ସମ୍ପନ୍ନ କରିବାକୁ ପ୍ରଶାସନ ଓ ମହାନଗର ନିଗମ ସମସ୍ତ ବ୍ୟବସ୍ଥାକୁ ତ୍ବରାନ୍ବିତ କରିଛନ୍ତି। ଗତକାଲି ମଧ୍ୟ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢୀ ରଥଯାତ୍ରା ପରିପ୍ରେକ୍ଷୀରେ ବିଭାଗର ସମୀକ୍ଷା କରିଥିଲେ। ମହାନଗର ନିଗମ ସମସ୍ତ ଆହ୍ଵାନ ପାଇଁ ପ୍ରସ୍ତୁତ ରହିବାକୁ ସେ ପରାମର୍ଶ ଦେଇଛନ୍ତି।

ସମଗ୍ର ସହରକୁ ସ୍ବଛ ରଖାଯିବା ସହ ପବିତ୍ର ବଡଦାଣ୍ଡକୁ ମଧ୍ୟ ସ୍ବଛତା ପାଇଁ ଅତିରିକ୍ତ ଦୃଷ୍ଟି ଦିଆଯାଇଛି।ସଫେଇ ପାଇଁ ଅଧିକ କର୍ମଚାରୀ ମୁତୟନ କରାଯାଇଛି। ଅପରପକ୍ଷରେ ବଡଦାଣ୍ଡର ଶ୍ରୀମନ୍ଦିର ଠାରୁ ମାର୍କେଟ ଛକ ପର୍ଯ୍ୟନ୍ତ କୌଣସି ରନ୍ଧା ଖାଦ୍ୟ ପରିବେଷଣ କରାଯାଇ ପାରିବ ନାହିଁ। କେବଳ ଶୁଖିଲା ଖାଦ୍ୟ ବଣ୍ଟନ କରାଯିବ। ତେବେ ମାର୍କେଟ ଛକ ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଆବଣ୍ଟିତ ସ୍ଥାନରେ ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇ ପାରିବ ବୋଲି ନିଷ୍ପତ୍ତି ନିଆଯାଇଛି। ଯାହା ଫଳରେ ଶ୍ରଦ୍ଧାଳୁମାନେ ବିଶେଷ ଉପକୃତ ହୋଇପାରିବେ ବୋଲି ମହାନଗର ନିଗମ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ବିଜୟ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya