Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ମାସିକ ସମ୍ବାଦପତ୍ର 'ମନଫୁଲ ସନେ୍ଦଶ' ଉନ୍ମୋଚିତ

ଭୁବନେଶ୍ୱର , 03 ମେ (ହି.ସ.) ମାସିକ ସମ୍ବାଦପତ୍ର 'ମନଫୁଲ ସନେ୍ଦଶ'ର ଉନ୍ମୋଚନ ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଅଛି । 'ମନଫୁଲ ସନେ୍ଦଶ'ର ସମ୍ପାଦକ ମିଲନ୍ ଜ୍ୟୋତି ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ପୂର୍ବତନ ବିଧାୟକ ତଥା ଜଣାଶୁଣା ପରିବେଶବିତ୍ ଡ.

ଦିଲ୍ଲୀପ ଶ୍ରୀଚନ୍ଦନ, ବିଶିଷ୍ଟ ସାମ୍ବାଦିକ ଓ ପୂର୍ବତନ ସୂଚନା ଆୟୁକ୍ତ ଦିଲ୍ଲୀପ ବିଶୋଇ, ବିଶିଷ୍ଟ ସମାଜସେବୀ ନିରୋଜଲକ୍ଷ୍ମୀ ମହାପାତ୍ର, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ନଳିନୀକାନ୍ତ ନାୟକ, ବିଶିଷ୍ଟ ସାମାଜିକ କର୍ମୀ ମୀର ଅହମ୍ମଦ ଅଲ୍ଲୀ, ସମାଜସେବୀ ଅଂଶୁମାନ ଦାସ ପ୍ରମୁଖ ଯୋଗଦେଇଥିଲେ । ଓଡ଼ିଆ ସମ୍ବାଦପତ୍ର ଜଗତରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି ସହ ଓଡ଼ିଶାର ସମସ୍ୟା, ଶିକ୍ଷା, ସ୍ୱାସ୍ଥ୍ୟ, ଖେଳ, ସିନେମା ପ୍ରଭୃତି ବିଷୟବସ୍ତୁକୁ ନେଇ ଉଚିତ୍ ଓ ସଠିକ୍ ଖବର ଜନସାଧାରଣଙ୍କ ପାଖକୁ ପହାଇବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମଟିକୁ ମନୋଜ କୁମାର ସାହୁ, ପ୍ରଜ୍ଞା ପରମିତା ମହାନ୍ତି, ମନସ୍ତୁତି ମହାପାତ୍ର, ସରୋଜ ପ୍ରଧାନ, କ୍ଷୀରୋଦ ସାହୁ, ଜଗନ୍ନାଥ ସାହୁ, ଲକ୍ଷ୍ମୀଧର ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya