Friday, 27 Nov, 9.02 pm Hindusthan Samachar

ମୁଖ୍ୟ ସମ୍ବାଦ
ମୟୂରଭଞ୍ଜରୁ ୪୨ ନୂଆ ପଜିଟିଭ ଚିହ୍ନଟ

ମୟୂରଭଞ୍ଜରୁ ୪୨ ନୂଆ ପଜିଟିଭ ଚିହ୍ନଟ

ବାରିପଦା(୨୭/୧୧)- ନଭେମ୍ବର ୨୭ ଓଡ଼ିଶାରୁ ଚିହ୍ନଟ ହୋଇଥିବା ୫୯୪ କରୋନା ପଜିଟିଭ କେଶ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ୪୨ ଜଣ କରୋନା ଆକ୍ରାନ୍ତ ରହିଛନ୍ତି ଏବଂ ରାଜ୍ୟରେ ମୟୂରଭଞ୍ଜ ଜିଲ୍ଲା ସର୍ବାଧିକ ଆକ୍ରାନ୍ତ ତାଲିକାର ୪ର୍ଥ ସ୍ଥାନରେ ରହିଛି । ଏଥି ସହିତ ଜିଲ୍ଲାରେ କୋଭିଡ଼-୧୯ ଭୂତାଣୁ ସଂକ୍ରମିତମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୧୩, ୦୮୮ରେ ପହଁଞ୍ଚିଛି । କରୋନା ସଂକ୍ରମିତମାନଙ୍କ ମଧ୍ୟରୁ କ୍ରିଟିକାଲମାନଙ୍କୁ କୋଭିଡ଼ ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିବା ବେଳେ ସ୍ୱଳ୍ପ ଓ ଲକ୍ଷଣ ନ ଥିବା ବ୍ୟକ୍ତିମାନଙ୍କୁ ହୋମ ଆଇସୋଲେସନରେ ରଖାଯାଇ ଚିକିତ୍ସା ଯୋଗାଇ ଦିଆଯାଉଛି । ସେହିପରି ନଭେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ସୁସ୍ଥ ସଂଖ୍ୟା ୧୨, ୫୩୭ ରହିଥିବା ସମୟରେ ନଭେମ୍ବର ୨୭ ପର୍ଯ୍ୟନ୍ତ ୪୬୯ ଜଣ ସକ୍ରିୟ ଥାଇ କୋଭିଡ଼ ହସପିଟାଲ ଓ ହୋମ ଆଇସୋଲେସନରେ ଚିକିତ୍ସା ହେଉଥିବା ବେଳେ ଜିଲ୍ଲାରେ ମୋଟ ୮୨ ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡ଼ିଛି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Hindusthan Samachar Odiya
Top