Dailyhunt

ମେ ୨ ତାରିଖରେ ରାଜ୍ୟର ଛଅ ଲକ୍ଷ୍ୟ କେନ୍ଦୁପତ୍ର ତୋଳାଳୀ କର୍ମଚାରୀଙ୍କ ଧାରଣା ଓ ବିକ୍ଷୋଭ ଫୁଲବାଣୀ ଡିଭିଜନର ୭୦ଟି ପଂଚାୟତର ହଜାରେରୁ ଅଧିକ

ନ୍ଧମାଳ, ୩୦ ଏପ୍ରିଲ୍(ହି.ସ.) - ରାଜ୍ୟର କେନ୍ଦୁପତ୍ର ଉତ୍ପାଦିତ ୧୯ ଟି ଡିଭିଜନରେ ଏପ୍ରିଲ ୧୦ ତାରିଖରୁ କେନ୍ଦୁପତ୍ର ସଂଗ୍ରହ ଆରମ୍ଭ ହୋଇ ଯାଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ସରକାର କେନ୍ଦୁପତ୍ର କେରି ପ୍ରତି ଦର ଧାର୍ଯ୍ୟ କରି ପାରିଲେ ନାହିଁ। ଆହୁରି ମଧ୍ୟ ତୋଳାଳୀ, ସିଜିନାଲ କର୍ମଚାରୀ ଓ ବନ୍ଧେଇ ଶ୍ରମିକମାନଙ୍କୁ କେନ୍ଦୁପତ୍ର ସଂଗ୍ରହ ପୂର୍ବରୁ ଦିଆଯାଇଥିବା ବୋନସ ମଧ୍ୟ ସରକାର ଘୋଷଣା କଲେ ନାହିଁ।

ସେହିପରି ମାସିକ ମଜୁରୀ ଘୋଷଣା ହୋଇପାରିଲା ନାହିଁ। ଏ ସମ୍ପର୍କୀୟ କେନ୍ଦୁପତ୍ର ଉନ୍ନୟନ ପରିଷଦ ବୈଠକ ମଧ୍ୟ ବସି ନାହିଁ।

ଏହି ପ୍ରସଙ୍ଗରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସଭାପତି ଶ୍ରୀ ବିଜୟ କୁମାର ମହାନ୍ତି ଗଭୀର ଉଦବେଗ ପ୍ରକାଶ କରି କହିଛନ୍ତି ଯେ, ଚଳିତ ବର୍ଷ ବର୍ତମାନ ବର୍ତମାନ ସୁଦ୍ଧା ସରକାର କେନ୍ଦୁପତ୍ର କେରି ପ୍ରତି ଦର ଓ ବୋନସ ଘୋଷଣା କରି ନ ଥିବା ଏକ ଐତିହାସିକ ରେକର୍ଡ। ସେହିପରି ସର୍ବନିମ୍ନ ମଜୁରୀ ୨୦୨୪ ମସିହା ଜୁଲାଇ ୧୮ ତାରିଖରୁ ସରକାର ଘୋଷଣା କରିଥିଲେ ମଧ୍ୟ ଘୋଷଣାର ପ୍ରାୟ ଦୁଇ ବର୍ଷ ହେବ ସେମାନଙ୍କ ମାସିକ ମଜୁରୀ ମଧ୍ୟ ନିର୍ଦ୍ଧାରଣ କରିନାହାନ୍ତି ସରକାର। ମୃତ୍ୟୁ କାଳୀନ ଆର୍ôଥକ ସହାୟତାର ବୃଦ୍ଧି ହେଉନାହିଁ। ଏହି ସବୁ ଘୋଷଣା ସାଧାରଣତଃ ପୂର୍ବରୁ ଫେବୃଆରୀ କିମ୍ବା ମାର୍ଚ୍ଚ ମାସରେ ଘୋଷଣା ହୋଇଥାଏ। ଆର୍ôଥକ ସହାୟତା ମଧ୍ୟ ମିଳିଥାଏ। ଆହୁରି ମଧ୍ୟ ସରକାର ଗତ ୨୦୨୪ ମସିହା ନିର୍ବାଚନରେ କେନ୍ଦୁପତ୍ର କେରି ପ୍ରତି ଦର ୨ ଟଙ୍କା ଏବଂ ବୋନସ ବୃଦ୍ଧିର ମଧ୍ୟ ଘୋଷଣା କରିଥିଲେ ବିଡ଼ମ୍ବନାର ବିଷୟ ଯେ, ଆଜି ସୁଦ୍ଧା ତାହା ପୁରଣ କରିନାହାଁନ୍ତି। ଫଳରେ ରାଜ୍ୟର ଲକ୍ଷ ଲକ୍ଷ ତୋଳାଳୀ, ସିଜିନାଲ କର୍ମଚାରୀ ଏବଂ ବନ୍ଧେଇ ଶ୍ରମିକମାନେ ଘୋର ହତାଶ,ନୈରାଶ୍ୟ ଏବଂ ଆର୍ôଥକ ଅନାଟନରେ ମଧ୍ୟରେ ଥାଇ ମଧ୍ୟ ସେମାନଙ୍କ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଏପରିକି ଗତ ଦୁଇ ମାସ ତଳେ କେନ୍ଦୁପତ୍ର ଗୋଛା କଟାଳି ଶ୍ରମିକମାନଙ୍କର ମଧ୍ୟ ମଜୁରୀ ମିଳିନାହିଁ। ଏହି ସବୁ ସମସ୍ୟା ସମ୍ପପର୍କର ମୁଖ୍ୟମନ୍ତ୍ରୀ,ଉପ ମୁଖ୍ୟମନ୍ତ୍ରୀ, ଜଙ୍ଗଲ ମନ୍ତ୍ରୀ ବିଭାଗୀୟ ଏବଂ ଉଚ୍ଚ ଅଧିକାରୀ ମାନଙ୍କ ସହିତ ପ୍ରତ୍ୟକ୍ଷ ଭାବରେ ବାରମ୍ବାର ଆଲୋଚନା ହୋଇଛି। ପର୍ଯ୍ୟାୟ କ୍ରମେ ଆନ୍ଦୋଳନ ମଧ୍ୟ ହୋଇଛି। ଗତ ଫେବୃଆରୀ ୨୦ ଓ ୨୧ ତାରିଖରେ ପ୍ରାୟ ୧୦୦ ଟି ରେଞ୍ଜ ରେ ଗଣ ଧାରଣା ଦିଆଯାଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏପରିକି ଗତ ଫେବୃଆରୀ ୨୭ ତାରିଖରେ ରାସ୍ତା ରୋକ୍ ଆନ୍ଦୋଳନର ଅବ୍ଯବହିତ ପୁୁର୍ବରୁ ରକାରଙ୍କ ଅନୁରୋଧ କ୍ରମେ ଏହାକୁ ସ୍ଥଗିତ ରଖାଯାଇଥିଲା। ଏହାସତ୍ୱେ ଦାବୀ ପୂରଣରେ ଅହେତୁକ ବିଳମ୍ବ ହୋଇ ବର୍ତମାନ କେନ୍ଦୁପତ୍ର ସଂଗ୍ରହ ଅଧା ହେବାକୁ ବସିଥିଲେ ମଧ୍ୟ ଦାବୀ ପୂରଣ ହେଲା ନାହିଁ।

ଏଣୁ ଆନ୍ତର୍ଜାତିକ ଶ୍ରମିକ ଦିବସରେ ଲକ୍ଷ ଲକ୍ଷ ତୋଳାଳୀ, ଶ୍ରମିକ, ସିଜିନାଲ କର୍ମଚାରୀ ମାନେ ସରକାରଙ୍କ ଉଦାସୀନତା ଓ ଅବହେଳାର ପ୍ରତିବାଦରେ ଏବଂ ଦାବୀ ପୂରଣ ପାଇଁ କଳା ବ୍ୟାଚ ପରିଧ୍ୟାନ କରିବାକୁ ଏବଂ ମଇ ୨ ତାରିଖରେ ରାଜ୍ୟର ପ୍ରାୟ ୨୦୦୦ ଗ୍ରାମ ପଂଚାୟତରେ ଗଣଧାରଣା ଦେଇ ମୁଖ୍ୟମନ୍ତ୍ରୀଙ୍କୁ ହଜାର ହଜାର ଦସ୍ତଖତ ସମ୍ବଳିତ ଚରମ ସ୍ମରଣ ପତ୍ର ପଂଚାୟତ ନିର୍ବାହୀ ଅଧିକାରୀଙ୍କ ଜରିଆରେ ପଠେଇ ବାକୁ ସଂଘ ପକ୍ଷରୁ ନିଷ୍ପତି ହୋଇଥିବା ସଂଘର ସଭାପତି ବିଜୟ ମହାନ୍ତି ପ୍ରକାଶ କରିଛନ୍ତି। ଅନୁରୂପ ସଂଘର ଆହ୍ୱାନ ଅନୁଯାୟୀ ଫୁଲବାଣୀ ଡିଭିଜନ ୭୦ ଟି ଗ୍ରାମ ପଂଚାୟତରେ ହଜାର ହଜାର ତୋଳାଳୀ କର୍ମଚାରୀ ମଧ୍ୟ ଏହି ଧାରଣା ଓ ବିକ୍ଷୋଭରେ ସାମିଲ ହେବେ ବୋଲି ରାଜ୍ୟ ଉପ ସଭାପତି ସରୋଜ କର୍ଣ୍ଣ ପ୍ରକାଶ କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya