Dailyhunt
ମୁରିବାହାଲ ଠାରେ ବ୍ଲକ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆ କାର୍ଯ୍ୟକ୍ରମ

ମୁରିବାହାଲ ଠାରେ ବ୍ଲକ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆ କାର୍ଯ୍ୟକ୍ରମ

ବଲାଙ୍ଗିର, 04 ଏପ୍ରିଲ୍ (ହି.ସ.)

ବଳାଙ୍ଗିର ଜିଲ୍ଲା ମୁରିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ଭାବେ ଭାଜପା ବଲାଙ୍ଗୀର ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମୁରୀବାହାଲ ଗ୍ରାମ ପଞ୍ଚାୟତ ସରପଞ୍ଚ ବିଶ୍ୱବିହାରୀ ଯୋଶୀ, ଘଣ୍ଟବାହାଲ ୱାର୍ଡ ମେମ୍ବର ବିଭୀଷଣ ଛୁରା, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କଦୋଣ୍ଡ ଧର ଭୋଇ, କାନ୍ତାରାମ ଧରୂଆ, ଆଞ୍ଚଲିକ ସାଧନ କେନ୍ଦ୍ର ସଂଯୋଜକ ହୃଷିକେଶ ଶିକା, ପ୍ରଧାନଶିକ୍ଷକ ଥୟରାଜ ପ୍ରଧାନୀ ମଞ୍ଚାସୀନ ଥିଲେ।

ଓଡ଼ିଶା ସରକାରଙ୍କ ଏହି ଅଭିନବ ପ୍ରୟାସକୁ ସମସ୍ତେ ପ୍ରଶଂସା କରିବା ସହ ନୂତନ ବାଲ ବାଟିକା ଛାତ୍ର ଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ସମସ୍ତ ନୂତନ ଛାତ୍ର ଛାତ୍ରୀଙ୍କୁ ଖଡ଼ି ଛୁଆଁ କରିବା ସହ ପୋଷାକ, ସ୍କୁଲ ବ୍ୟାଗ ବଣ୍ଟନ କରାଯାଇଥିଲା। ସମସ୍ତ ଛାତ୍ର ଛାତ୍ରୀ ଗପ ରାଇଜ , ରଙ୍ଗ ପସରା ଓ ଖେଳ ଘର ଆଦି ବୁଲି ସନ୍ତୋଷ ଅନୁଭବ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ବେହେରା ପ୍ରବେଶ ଉତ୍ସବ ସଚେତନତା ରଥ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ବାନ୍ଦୁପଲା ଆଞ୍ଚଲିକ ସାଧନ କେନ୍ଦ୍ର ସଂଯୋଜକ ଲିଲୁ ମୋହନ ପଧାନ ସଂଯୋଜନା କରିଥିବା ବେଳେ ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ବଡଜେନା ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମ ଆୟୋଜନ ରେ ଝସକେତନ୍ ରାଜହଂସ, ଚିନ୍ମୟ ସ୍ୱାଇଁ, ଶିବପ୍ରସାଦ ଦୀପ , ନିରୁପମା ସୁନା, ଲିଲି ସାହୁ, ହର୍ଶିତା ଦାସ, ନରେନ୍ଦ୍ର କୁମାର ଶତପଥୀ, ବେଣୁଧର ମେହେର, ଉତ୍ତମ ରଣା ଏଵଂ ମନୋଜ ଦୀପ ସହଯୋଗ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya