Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମ୍ୟାଟ୍ରିକ ପରୀକ୍ଷାରେ ଭଦ୍ରକ ଟପ୍ପର ହୋଇଥିବା ସରିତା ନାୟକଙ୍କୁ ସିପିଆଇ(ଏମ) ପକ୍ଷରୁ ଶୁଭେଚ୍ଛା

ମ୍ୟାଟ୍ରିକ ପରୀକ୍ଷାରେ ଭଦ୍ରକ ଟପ୍ପର ହୋଇଥିବା ସରିତା ନାୟକଙ୍କୁ ସିପିଆଇ(ଏମ) ପକ୍ଷରୁ ଶୁଭେଚ୍ଛା

ଭଦ୍ରକ, ୩ ମଇ (ହି.ସ.) - ମ୍ୟାଟ୍ରିକ ପରୀକ୍ଷାରେ ଭଦ୍ରକ ଜିଲ୍ଲା ଟପ୍ପର ହୋଇଥିବା ଚାନ୍ଦବାଲି ବ୍ଲକ ନୂଆଗାଁ ଗ୍ରାମ ପଂଚାୟତ ଅନ୍ତର୍ଗତ ଜନ୍ତୁଆଳି ନୂଆଗାଁ ବଲ୍ଲଭ ଶଙ୍ଖାଳି ଚାରିମୌଜା ନୋଡାଲ ଉଚ୍ଚ ବିଦ୍ୟାଳୟର ମେଧାବୀ ଛାତ୍ରୀ ସରିତା ନାୟକଙ୍କୁ ସିପିଆଇ(ଏମ) ପକ୍ଷରୁ ଫୁଲତୋଡା ଓ ପୁରସ୍କାର ଦିଆଯାଇ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି ।

ଜଣେ ଚାଷୀ ଘରର ପିଲା ଭାବେ ମ୍ୟାଟ୍ରିକ ପରୀକ୍ଷାରେ ୬୦୦ ମାର୍କ୍ସରୁ ୫୭୩ ମାର୍କ୍ସ ରଖି ଜିଲ୍ଲାରେ ଗୌରବ ଆଣିଥିବାରୁ ସିପିଆଇ(ଏମ) ପକ୍ଷରୁ ସୁଶ୍ରୀ ସରିତା ନାୟକଙ୍କୁ ଧନ୍ୟବାଦ ଜଣାଯାଇଛି । ଏହି ସଫଳତା ପଛରେ ତାଙ୍କ ପିତା ଶ୍ରୀଯୁକ୍ତ ନିରଞ୍ଜନ ନାୟକ,ମାଆ ସିପିଆଇ(ଏମ) ନେତ୍ରୀ ରଞ୍ଜିତା ନାୟକ, ବଡବାପା ଦେବେନ୍ଦ୍ର ନାୟକ, ବଡବଉ ସୁକାନ୍ତି ନାୟକ, ବିଏସସି ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଜୟ ନାୟକ ଓ ହାଇସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଯାଇଛି । ସିପିଆଇ(ଏମ)ର ଏହି ପ୍ରତିନିଧି ଦଳରେ ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ବରିଷ୍ଠ ନେତା କାହ୍ନୁ କିଶୋର ସାହୁ,ଯୁବନେତା ଦୀପକ ଦାସ ପ୍ରମୁଖ ଯାଇ ସରିତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତରେ ଜଣେ ଭଲମଣିଷ ହେବାକୁ ପରାମର୍ଶ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya