Dailyhunt

ନାଗାବଳୀ ଏକ୍ସପ୍ରେସ୍ ଏବଂ ସମ୍ବଲପୁର-ଇରୋଡ୍ ଏକ୍ସପ୍ରେସ୍ ରେ କୋଚ୍ ବୃଦ୍ଧି

ସମ୍ବଲପୁର, ୦୮, ଏପ୍ରିଲ୍ (ହି.ସ.)

ଯାତ୍ରୀଙ୍କ ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ରେଳବାଇ ସମ୍ବଲପୁରରରୁ ଯାତାୟତ କରୁଥିବା ଦୁଇ ଯୋଡ଼ା ଏକ୍ସପ୍ରେସ୍ ରେ ଗୋଟିଏ ପ୍ରଥମ ଶ୍ରେଣୀ ଏସି କୋଚ୍ ସ୍ଥାୟୀ ଭାବରେ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ସମ୍ବଲପୁର-ନାନ୍ଦେଡ ନାଗାବଳୀ ଏକ୍ସପ୍ରେସ ଟ୍ରେନ କୁ ଏପ୍ରିଲ ୧୦ ତାରିଖ ଠାରୁ ସ୍ଥାୟୀ ଭାବରେ ଗୋଟିଏ ପ୍ରଥମ ଶ୍ରେଣୀ ଏସି କୋଚ୍ ସହିତ ବୃଦ୍ଧି କରାଯିବ।

ଫେରିବା ଦିଗରେ ନାନ୍ଦେଡ-ସମ୍ବଲପୁର ନାଗାବଳୀ ଏକ୍ସପ୍ରେସରେ ଏପ୍ରିଲ ୧୧ ତାରିଖ ଠାରୁ ଅତିରିକ୍ତ ପ୍ରଥମ ଶ୍ରେଣୀ ଏସି କୋଚ୍ ଉପଲବ୍ଧ ରହିବ।

ସେହିପରି, ଟ୍ରେନ ନମ୍ବର ସମ୍ବଲପୁର-ଇରୋଡ୍ ଏକ୍ସପ୍ରେସକୁ 15 ଏପ୍ରିଲ ୧୫ ତାରିଖ ଠାରୁ ଗୋଟିଏ ଅତିରିକ୍ତ ପ୍ରଥମ ଶ୍ରେଣୀ ଏସି କୋଚ୍ ସହିତ ବୃଦ୍ଧି କରାଯିବ। ଫେରିବା ଦିଗରେ ଇରୋଡ୍-ସମ୍ବଲପୁର ଏକ୍ସପ୍ରେସରେ ଏପ୍ରିଲ ୧୭ ତାରିଖ ଠାରୁ ଅତିରିକ୍ତ ପ୍ରଥମ ଶ୍ରେଣୀ ଏସି କୋଚ୍ ଉପଲବ୍ଧ ରହିବ। ଆବଶ୍ୟକତା ଅନୁଯାୟୀ ଅତିରିକ୍ତ କୋଚ୍ ଏବଂ ଯାତ୍ରୀଙ୍କ ସୁବିଧାକୁ ଉନ୍ନତ କରିବା ପାଇଁ ପୂର୍ବତଟ ରେଳପଥ ପ୍ରତିଶ୍ରୁତିବଦ୍ଧ। ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି ଯେ ସେମାନେ ସେହି ଅନୁସାରେ ସେମାନଙ୍କର ଯାତ୍ରା ଯୋଜନା କରନ୍ତୁ ଏବଂ ବର୍ଦ୍ଧିତ ସୁବିଧାର ଉପଯୋଗ କରନ୍ତୁ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya