Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ନଠୁଆବର ପଂଚାୟତରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଦ୍ୱାରା ରାସ୍ତାର ଶିଳାନ୍ୟାଶ

ନଠୁଆବର ପଂଚାୟତରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଦ୍ୱାରା ରାସ୍ତାର ଶିଳାନ୍ୟାଶ

ଧର୍ମଶାଳା,୫ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକ ଅନ୍ତର୍ଗତ ନଠୁଆବର ପଂଚାୟତର ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଥିଲା । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଜନସାଧାରଣ କିପରି ଅସୁବିଧାର ସମ୍ମୁଖୀନ ନ ହେବେ ଯାହାକୁ ଗୁରୁତର ସହ ନେଇଏହି ପଂଚାୟତର ଟାକୁଆ ଠେଙ୍ଗ ଶିବ ମନ୍ଦିରଠାରୁ କପାଳି କଂଟିଖୋଲ ଭାୟା ଦପାନାଳଠାରୁ କୁରକୁରା ଛକ ପର୍ଯ୍ୟନ୍ତ ହେବାକୁ ଥିବା ରାସ୍ତାକୁ ଗୁରୁତ୍ୱ ଦେଇଛନ୍ତି ।

ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ଏହି ରାସ୍ତାର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୨କୋଟି ୯୯ ଲକ୍ଷ ବ୍ୟୟ ଅଟକଳରେ ହେବାକୁ ଯାଉଥିବା ଏହି ରାସ୍ତାର ଉନ୍ନତି କରଣ ନିମନ୍ତେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଶିଳାନ୍ୟାସ କରିଥିଲେ । ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ରାଜେଶ୍ୱରୀ ଭୋଳ,ନିର୍ବାହୀ ଯନ୍ତ୍ରୀ ଓ କନିଷ୍କ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ଦଳୀୟ କର୍ମୀମାନେ ଏକ ବିଶାଳ ଶୋଭାଯାତ୍ରାରେ ବିଧାୟକ ଶ୍ରୀ ସାହୁଙ୍କୁ ସ୍ୱାଗତ କରିଥିଲେ । କାର୍ଯ୍ୟକ୍ରମରେ ବିଜେପିର ଯୁବନେତା ତଥା ପ୍ରଭାରୀ ରାଜେଶ କୁମାର ପାଳ,ମଣ୍ଡଳ ପ୍ରଭାରୀ ଜୟନ୍ତ ପ୍ରଧାନ,ପ୍ରକାଶ ସାମଲ,ଅକ୍ଷୟ କୁମାର ପଣ୍ଡା,ଆଲୋକ କୁମାର ଲେଙ୍କା,ଚୈତନ୍ୟ ନାୟକ,ଯୁବସଭାପତି ରୁଦ୍ରପ୍ରସାଦ ବେହେରା,ଲକ୍ଷ୍ମୀଧର ରାଉତ ଓ କଳାକାର ନାୟକଙ୍କ ସମେତ ମହିଳା ଓ ଯୁବ କର୍ମୀ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya