Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ନାଉପାଳ ରାସ୍ତାର ଶିଳାନ୍ୟାସ କଲେ ଧର୍ମଶାଳା ବିଧାୟକ

ନାଉପାଳ ରାସ୍ତାର ଶିଳାନ୍ୟାସ କଲେ ଧର୍ମଶାଳା ବିଧାୟକ

Hindusthan Samachar 4 months ago

ଧର୍ମଶାଳା,୪ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଗ୍ରାମାଚଂଳ ରାସ୍ତାର ଯୁଦ୍ଧ କାଳୀନ ଭିତିରେ ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି । ଏହି କ୍ରମରେ ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ନାଉପାଳ ରାସ୍ତାର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୨କୋଟି ୫୫ ଲକ୍ଷ ବ୍ୟୟ ଅଟକଳରେ ହେବାକୁ ଯାଉଥିବା ଏହି ରାସ୍ତାର ଉନ୍ନତି କରଣ ନିମନ୍ତେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଶିଳାନ୍ୟାସ କରିଥିଲେ ।

ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ରାଜେଶ୍ୱରୀ ଭୋଳ,ନିର୍ବାହୀ ଯନ୍ତ୍ରୀ ଓ କନିଷ୍କ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ଦଳୀୟ କର୍ମୀମାନେ ଏକ ବିଶାଳ ଶୋଭାଯାତ୍ରାରେ ବିଧାୟକ ଶ୍ରୀ ସାହୁଙ୍କୁ ସ୍ୱାଗତ କରିଥିଲେ । କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା କାହ୍ନୁ ଚରଣ ଦାଶ,ଜିତେନ୍ଦ୍ର ରାଉତ,ରାଜେଶ ପାଳ,ଦେବଦତ ପଣ୍ଡା,ଆତ୍ମାର ଅଧ୍ୟକ୍ଷ ଉପେନ୍ଦ୍ର ନାଥ କର,ଜାରକା ସରପଂଚ ସୁଦାମ ବେହେରାଙ୍କ ସେମତେ ଶତାଧିକ ମହିଳା ଓ ଯୁବ କର୍ମୀ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya