Dailyhunt
ନିର୍ବାଚିତ ଅଧିବକ୍ତାଙ୍କ ଶପଥ ଗ୍ରହଣ ସମାରୋହ

ନିର୍ବାଚିତ ଅଧିବକ୍ତାଙ୍କ ଶପଥ ଗ୍ରହଣ ସମାରୋହ

ଜୟପୁର, ୩ ଅପ୍ରେଲ (ହି.ସ.)-ଜୟପୁର ସ୍ଥିତ ଜିଲ୍ଲା ଓକିଲ ସଂଘର ନବ ନିର୍ବାଚିତ ସଦସ୍ୟମାନେ ଶପଥ ଗ୍ରହଣ କରିଛନ୍ତି l ଏହି କାର୍ଯ୍ୟକ୍ରମକୁ ନିର୍ବାଚନ ପର୍ଯ୍ୟବେକ୍ଷକ ପି ରମେଶ ପାତ୍ର, ପୂର୍ବତନ ସଭାପତି ସରୋଜ ଦାସ, ପୂର୍ବତନ ସମ୍ପାଦକ ସଚି ମିଶ୍ରଙ୍କ ସହ ନିର୍ବାଚିତ ପ୍ରତିନିଧି ମାନେ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।

ଏହି ଅବସରରେ ବରିଷ୍ଠ ଆଇନଜୀବୀ ସଶାନନ୍ଦ ମିଶ୍ର ନିର୍ବାଚିତ ପ୍ରତିନିଧି ମାନଙ୍କୁ ଶପଥ ପାଠ କରାଇଥିଲେ। ସଭାପତି ଭାବେ ବିଜୟ ରାଇ ଜେନାଦେଓ, ଉପ ସଭାପତି ଶରତ ଚନ୍ଦ୍ର ମାଝୀ ପିଣ୍ଟୁ, ସମ୍ପାଦକ ଭାବରେ ସହଦେବ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ଭୋଳାନାଥ ପଟ୍ଟନାୟକ, କୋଷାଧ୍ୟକ୍ଷ ଭି ରାମାନୁଜ ପ୍ରସାଦ, ଗ୍ରନ୍ଥାଗାର ସମ୍ପାଦକ କାହ୍ନୁ ଚରଣ ମିଶ୍ର, ଯୁଗ୍ମ ଗ୍ରନ୍ଥାଗାର ସମ୍ପାଦକ ଭାନୁମତୀ ପୁଜାରୀ, କାର୍ଯ୍ୟକାରିଣୀ ସଦସ୍ୟ ତାରିଣି ପାଣିଗ୍ରାହୀ, ବିଜୟ କୁମାର ଗଣ୍ଡ, ବିଶ୍ଵନାଥ ଆଚାରି, ସସ୍ମିତା ଦଣ୍ଡସେନା, ପୁଷ୍ପାଞ୍ଜଳି ସାହୁ ପି ଶଙ୍କର ରାଓ ପ୍ରମୁଖ ଶପଥ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂଘର ନିଜ ବକ୍ତବ୍ୟରେ ସଭାପତି ଶ୍ରୀ ଜେନାଦେଓ କହିଥିଲେ ଯେ, ଜିଲ୍ଲା ସଂଘ ସଭ୍ୟ ମାନଙ୍କ ପାଇଁ ଉପଲବ୍ଧ ଥିବା ସାଧନ ଗୁଡ଼ିକୁ ପ୍ରକୃତ ବିନିଯୋଗ କରାଇବାକୁ ପ୍ରୟାସ କରିବି ଏବଂ ଏକ ସମବାୟ ସଂସ୍ଥା କରିବା ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସୁଲଭ ଦରରେ ଯୋଗାଇବାକୁ ମିଳିତ ଭାବେ ପ୍ରୟାସ କରିବା ନିମନ୍ତେ ସହଯୋଗ କାମନା କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ପିକେପି

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya