Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ନୂଆଁଖାଇ ଜୁହାର୍ ଜଣାଇଲେ ପିଏମ ମୋଦି

ଭୁବନେଶ୍ୱର, 15 ସେପ୍ଟେମ୍ବର (ହି.ସ.)- ଆଜି ନୂଆଁଖାଇ

ବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା

ଜଣାଇଛନ୍ତି । ଏହି ଅବସରରେ ସେ ସମସ୍ତଙ୍କର ଖୁସି ଓ ସମୃଦ୍ଧି କାମନା କରିଛନ୍ତି ।

ଆଜି ସୋସିଆଲ ମିଡିଆ ଏକ୍ସରେ

ଏକ ବାର୍ତ୍ତା ଜାରି କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ନୂଆଁଖାଇ ଜୁହାର୍ ।

ଆମ କୃଷକ, ଫସଲ ଏବଂ ଏକତାର ପର୍ବ ନୂଆଁଖାଇର ଅନେକ ଅନେକ ଶୁଭକାମନା । ଏହି

ସ୍ୱତନ୍ତ୍ର ଅବସର ଆମ ସମାଜରେ ସଦ୍ଭାବନାର ବନ୍ଧନକୁ ସୁଦୃଢ଼ କରୁ ଏବଂ ଖୁସି ଓ ସମୃଦ୍ଧି ନେଇ

ଆସୁ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya