Dailyhunt
ନୂଆପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ମିଳନୀ

ନୂଆପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ମିଳନୀ

ନୂଆପଡ଼ା, ୪ ଅପ୍ରେଲ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଅଧ୍ୟାପିକା ବିୟୁଟି ଅଗ୍ରୱାଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପୁରାତନ ଛାତ୍ରଛାତ୍ରୀ ତଥା ସହକର୍ମୀ ଭାବରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଅଶ୍ବିନୀ କୁମାର ପାଢୀ, ପ୍ରାଧ୍ୟାପକ ଡଃ.

ପଦ୍ମଲୋଚନ ବର୍ମା, ଅଧ୍ୟାପିକା ମିନା ଗୁଜୁରାତି, ଆଶୁତୋଷ ଯୋଶୀ ଯୋଗଦେଇ ମହାବିଦ୍ୟାଳୟର ଜାତୀୟ ମୂଲ୍ୟାୟନ ଏବଂ ପ୍ରତ୍ୟାୟନ ପରିଷଦ ଏବଂ ସ୍ୱୟଂଶାସିତ ନବୀକରଣ ନିମନ୍ତେ ଆଲୋଚନା କରିଥିଲେ ।

ପରୀକ୍ଷା ନିୟନ୍ତ୍ରକ ଅଧ୍ୟାପକ ସୁନୀଲ କୁମାର ପାଢୀ, ଯୁକ୍ତ ଦୁଇ ଅଧ୍ୟକ୍ଷ ଡଃ. ରଣବୀର ସିଂହ, କ୍ୟାପଟେନ ଡଃ. ବିଷ୍ଣୁ ଦେବ ସିଂ ମଲ୍ଲିକ, କ୍ରୀଡା ଅଧ୍ୟାପକ ସରୋଜ କୁମାର ପଣ୍ଡା ପ୍ରମୁଖ ମହାବିଦ୍ୟାଳୟର ଉନ୍ନତି, ବିକାଶ ଏବଂ ଅଗ୍ରଗତି ନିମନ୍ତେ ବିଭିନ୍ନ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ । ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ସହକର୍ମୀ, ପୂର୍ବତନ ଛାତ୍ରଛାତ୍ରୀ ଯୋଗଦେଇ ମହାବିଦ୍ୟାଳୟର ସର୍ବାଙ୍ଗୀନ ପ୍ରଗତି ପାଇଁ କାର୍ଯ୍ୟ ପନ୍ଥା ସ୍ଥିର କରିଥିଲେ । ଶେଷରେ ଅଧ୍ୟାପିକା ଗୀତାଶ୍ରୀ ପ୍ରିୟମ୍ବଦା ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya