
ନୂଆପଡ଼ା, ୪ ଅପ୍ରେଲ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଙ୍ଗୀତ ଓ ତର୍କ ପ୍ରତିଯୋଗିତା ଆଜି ଅନୁଷ୍ଠିତ ହୋଇଥିଲା । ସଙ୍ଗୀତ ପ୍ରତିଯୋଗିତାରେ ଝନିତା ପଟେଲ, ନିରୂପମା ନାଗ, ଶୁଭଲକ୍ଷ୍ମୀ ମହାପାତ୍ର ଏବଂ ବକୃତାରେ ସୁବାଷ ଚନ୍ଦ୍ର ବାଗ, ଝନିତା ପଟେଲ, ହରିପ୍ରିୟା ସଗରିଆ ପ୍ରମୁଖ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ହରିବନ୍ଧୁ ହଂସ ପରିଚାଳନା କରିଥିଲେ।
ବିଚାରକ ଭାବରେ ଛାତ୍ର କଲ୍ୟାଣ ଅଧିକାରୀ ଡଃ. ଗୀତାଶ୍ରୀ ପ୍ରିୟମ୍ବଦା, ଅଧ୍ୟାପକ ଅଭିଷେକ ରଥ, ଵିଭାଗୀୟ ମୁଖ୍ୟ ସୁରଞ୍ଜନ ପ୍ରଧାନ, ଅଧ୍ୟାପିକା କାଜଲ ମେହେର, ଅଧ୍ୟାପକ ମହାଦେବ ଭୋଇ ଉପସ୍ଥିତ ରହି ସମସ୍ତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗଦେଇ ଓଡ଼ିଆ ପକ୍ଷକୁ ସଫଳ କରିଥିଲେ । ଶେଷରେ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ

