Dailyhunt

ଓଡିଶା କ୍ରିକେଟ ସଂଘ ପକ୍ଷରୁ କୋରାପୁଟ ଜିଲ୍ଲା ଅଣ୍ଡର ୧୬ କ୍ରିକେଟ ଦଳ ଚୟନ

ୟପୁର, ୦୮ ଏପ୍ରିଲ୍ (ହି.ସ.) - ଓଡିଶା କ୍ରିକେଟ ସଂଘ ପକ୍ଷରୁ ଅନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଂଟ ନିମନ୍ତେ କୋରାପୁଟ ଜିଲ୍ଲା ପକ୍ଷରୁ ଦଳ ଚୟନ କରାଯାଇଛି। ଦୁଇଦିନ ଧରି କୋରାପୁଟ ଜିଲ୍ଲାର ସୁନାବେଡା ଠାରେ ଆୟୋଜିତ ଚୟନ ପ୍ରକିୟାରେ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନର ଖେଳାଳୀ ମାନେ ଭାଗ ନେଇଥିଲେ। ୧୫ ଜଣ ଖେଳାଳୀଙ୍କ ମଧ୍ୟରେ ଅର୍ଜୁନ ରାଉତ, ନୈତିକ ନନ୍ଦନ ବେହେରା, କ୍ରୀଭି କୁମାର ସାହୁ, ରୋସନ ବେହେରା, ପ୍ରେମ ଖୋରା, ଲିଖିତ କୁମାର ପାଣିଗ୍ରାହୀ, ହିମାଂଶୁ ଚାପଡି(କ୍ୟାପଟେନ), ଡି.

ସାରିକ, ସୁଭ୍ରାଂଶୁ ଷଡଙ୍ଗୀ, ତନ୍ମୟ କୁମାର ପାତ୍ର, ସଂଗ୍ରାମ ନାଚିକା, ଓମ ବାହାଦୁର ଲାମା, ବ୍ଲେସଦ କୁସାଲ, ଅସିତ କୁମାର ବେହେରା ଓ ଶିବାନନ୍ଦ ଅଧିକାରୀଙ୍କ ନାମ ଚୟନ କରାଯାଇଛି। ଟିମ ମ୍ୟାନେଜର ଭାବେ ୱାଇ ପ୍ରସାଦ ଓ ଟିମ କୋଚ ଭାବେ ଏସ.ଲୋହିତ କୁମାରଙ୍କ ନାମ କଟକର ଓଡିଶା କ୍ରିକେଟ ସଂଘ ପକ୍ଷରୁ ଚୟନ କରାଯାଇଛି। କୋରାପୁଟରୁ ଯାଇଥିବା ଏହି ଟିମ ଆସନ୍ତା ୧୦ ତାରିଖରେ ପ୍ରଥମ ମ୍ୟାଚ ନବରଙ୍ଗପୁର ସହ ଖେଳିବେ ପରବର୍ତି ମ୍ୟାଚ ୧୧ ତାରିଖରେ କଟକ ସହ ଏବଂ ୧୨ ତାରିଖରେ ବୌଦ୍ଧ, ୧୪ ତାରିଖ ମାଲକାନଗିରି ସହ, ୧୫ ତାରିଖରେ ଯାଜପୁର ସହ ଖେଳିବେ।

ହିନ୍ଦୁସ୍ଥାନ ସମାଚାର / ପିକେପି

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya