Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଓଡ଼ିଶାର ପାରମ୍ପରିକ ପାନୀୟ 'ବେଲ ପଣା'ର ମହତ୍ତ୍ୱ ଅତୁଳନୀୟ ଅଟେ- ମୁକେଶ ମହାଲିଙ୍ଗ

ଭୁବନେଶ୍ୱର, 31 ମେ (ହି.ସ.)- ଓଡ଼ିଶାର ପାରମ୍ପରିକ ପାନୀୟ 'ବେଲ ପଣା'ର ମହତ୍ତ୍ୱ ଅତୁଳନୀୟ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ କହିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି 'ମନ କୀ ବାତ୍'ର ୧୩୪ତମ ସଂସ୍କରଣରେ ଗ୍ରୀଷ୍ମ ଋତୁ ସମୟରେ ଦେଶର ବିଭିନ୍ନ ପ୍ରସିଦ୍ଧ ପାରମ୍ପରିକ ଥଣ୍ଡା ପାନୀୟର ଉଲ୍ଲେଖ କରିଛନ୍ତି, ଯେଉଁଥିରେ ଓଡ଼ିଶାର ପ୍ରସିଦ୍ଧ 'ବେଲ ପଣା' ମଧ୍ୟ ସାମିଲ ଅଛି।

ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷା, ଶରୀରରେ ଜଳୀୟ ଅଂଶର ସନ୍ତୁଳନ ରକ୍ଷା ଏବଂ ସ୍ୱାସ୍ଥ୍ୟ ପାଇଁ ଓଡ଼ିଶାର ଏହି ପାରମ୍ପରିକ ପାନୀୟ 'ବେଲ ପଣା'ର ମହତ୍ତ୍ୱ ଅତୁଳନୀୟ ଅଟେ ବୋଲି ମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya