Dailyhunt

ଓଡ଼ିଶାରେ ଅତିଥି ଶିକ୍ଷକ ନିଯୁକ୍ତି ପାଇଁ ଚିଠି

ଭୁବନେଶ୍ୱର, ୦୪ ଏପ୍ରିଲ (ହି.ସ.)- ଓଡ଼ିଶାରେ ଅତିଥି ଶିକ୍ଷକ ନିଯୁକ୍ତି ପାଇଁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖାଯାଇଛି। ଓଡ଼ିଶାର ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଅତିଥି ଶିକ୍ଷକଙ୍କ ଆବଶ୍ୟକତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ କରିଛି। ସ୍କୁଲଗୁଡ଼ିକରେ ଶିକ୍ଷକ ଅଭାବକୁ ପୂରଣ କରିବା ପାଇଁ ପୁନର୍ବାର ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ନିୟୋଜନ କରାଯାଉଛି।

ସରକାରୀ, ସମ୍ପୂର୍ଣ୍ଣ ସହାୟତାପ୍ରାପ୍ତ ଓ ନୂତନ ସହାୟତାପ୍ରାପ୍ତ (ବ୍ଲକ୍ ଗ୍ରାଂଟ) ଉଚ୍ଚ ବିଦ୍ୟାଳୟ ସହିତ ସଂସ୍କୃତ ଟୋଲଗୁଡ଼ିକରେ ଅତିଥି ଶିକ୍ଷକଙ୍କ ଯଥାର୍ଥ ଆବଶ୍ୟକତା ସୂଚନା ସହ ଇନ୍ସ୍ଟିଟ୍ୟୁସନ୍ ଭିତିକ ପ୍ରସ୍ତାବ ଦାଖଲ କରିବାକୁ କୁହାଯାଇଛି। ଏହି ପ୍ରସ୍ତାବଗୁଡ଼ିକୁ ୨୦୨୬ ଏପ୍ରିଲ ୯ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ରହିଛି।ଏହା ୨୦୨୫-୨୬ ମସିହାର ପ୍ରୟାସର ପରବର୍ତୀ ପଦକ୍ଷେପ, ଯେଉଁଥିରେ ରାଜ୍ୟ ସରକାର ୬,୩୮୭ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତ କରିଥିଲେ। ଯାହାର କାର୍ଯ୍ୟକାଳ ୨୦୨୬ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଥିଲା ଏବଂ ବର୍ତମାନ ସମାପ୍ତ ହୋଇଛି। ପୂର୍ବତନ କାର୍ଯ୍ୟକାଳ ଶେଷ ହେବା ପରେ, ନୂତନ ପ୍ରକ୍ରିୟାର ଲକ୍ଷ୍ୟ ହେଉଛି ଖାଲି ପଦବୀଗୁଡ଼ିକର ପୁନଃମୂଲ୍ୟାୟନ କରିବା ଓ ଆସନ୍ତା ଶିକ୍ଷାବର୍ଷ ପାଇଁ ଅତିଥି ଶିକ୍ଷକମାନଙ୍କୁ ପୁନଃନିଯୁକ୍ତ କିମ୍ବା ନୂତନ ଭାବେ ନିଯୁକ୍ତ କରିବା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Hindusthan Samachar Odiya