
ଝାରସୁଗୁଡା, ୨୨ ନଭେମ୍ବର (ହି.ସ.)- ଓଡିଶା ବିଦ୍ୟୁତ ଉତ୍ପାଦନ ନିଗମ (ଓପିଜିସି) ଇବ୍ ଥର୍ମାଲ୍ ବନହରପାଲି ପକ୍ଷରୁ ଲଖନପୁର ବ୍ଲକ ଅନ୍ତର୍ଗତ ଦଲଗାଁ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ବିଶେଷଜ୍ଞ ସ୍ବାସ୍ଥ୍ୟ ଶିବିର ଆଜି ଅନୁଷ୍ଠିତ ହୋଇଛି। ସ୍ବାସ୍ଥ୍ୟ ଶିବିରକୁ ଦଲଗାଁ ସରପଞ୍ଚ ସନ୍ତୋଷ କୁମାର ରୋହିଦାସ ଉଦଘାଟନ କରିଥିଲେ।
ଶିବିରରେ ଇବ୍ ଥର୍ମାଲ୍ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡା.
ସଂଗୀତା ପଣ୍ଡା, ଡା. କିଶୋର କୁମାର ମିଶ୍ରଙ୍କ ସମେତ ସୁନ୍ଦରଗଡ଼ ଓ ସମ୍ବଲପୁରରୁ ଆମନ୍ତ୍ରିତ ଶିଶୁରୋଗ ବିଶେଷଜ୍ଞ ଡା. ଦୀପକ କୁମାର ଖମାରୀ, ଚିକିତ୍ସା ବିଶେଷଜ୍ଞ ଡା. ବଳରାମ ଖମାରୀ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଶିବିରଟି ସକାଳ ସାଢ଼େ ୧୦ଟା ରୁ ଆରମ୍ଭ ହୋଇ ଦିନ ୩ଟା ପର୍ଯ୍ୟନ୍ତ ଚାଲିଥିଲା। ଶିବିରରେ ଦଲଗାଁ, ବାସୁପଲି, ସୋଲପାଲି, ଭୀମଗୁଡି, ଖୁଣ୍ଟପାଲି, କାଂଶବାହାଲ, ଅଢ଼ାଡିହି, ସେହ୍ନାଓମାଲ, ନେଗୀପାଲି, ଖମାରଡ଼ିହ, ଚେରକଟା ଓ ଖପଶିମୁଣ୍ଡା ଆଦି ଗ୍ରାମର ୨୫୩ ଜଣ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଲୋକଙ୍କୁ ବିଭିନ୍ନ ରୋଗର ପରୀକ୍ଷା କରାଯାଇ ଔଷଧ ଦିଆଯିବା ସହିତ ଡାକ୍ତରୀ ଉପଦେଶ ପ୍ରଦାନ କରାଯାଇଥିଲା।
ଓପିଜିସିର ସିଏସଆର ବିଭାଗ ଏବଂ ଇବ୍ ଥର୍ମାଲ୍ ଚିକିତ୍ସାଳୟର ମିଳିତ ଉଦ୍ୟମରେ ପରିଚାଳିତ ଏହି ଶିବିରରେ ଇବ୍ ଥର୍ମାଲ୍ ଚିକିତ୍ସାଳୟର ପ୍ରଭାତ ବାରିକ, ସୁଜାତା ନାୟକ, ସବିତା ନାଏକ, ତୃପ୍ତିମୟୀ ପଟେଲ, ସୁମିତ ଶତପଥ୍, ଅଭିମନ୍ୟୁ ଭୋଇ ଓ ଦିଲ୍ଲିପ ଦୀପ ପ୍ରମୁଖ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ

